oom

ରେଳ ବିଭାଗର ଚୋରି ଜିନିଷ କିଣା ଅଭିଯୋଗରେ ଟିଟିଲାଗଡ଼ ଆଦିତ୍ୟ ହୋମ ଆଣ୍ଡ କେୟାର ଦୋକାନରେ ଚଢ଼ାଉ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗର ଚୋରି ଜିନିଷ କିଣା ଅଭିଯୋଗରେ ଟିଟିଲାଗଡ଼ ଆଦିତ୍ୟ ହୋମ ଆଣ୍ଡ କେୟାର ଦୋକାନରେ ଚଢ଼ାଉ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମହାସମୁନ୍ଦ ଆରଙ୍ଗ, ତୁରେକେଲା, ଟିଟିଲାଗଡ ନିକଟସ୍ଥ ସିକେର ଷ୍ଟେସନରୁ ତିନି ଜଣ ଯୁବକ ଆକବର, ସଲିମ୍, କାର୍ତ୍ତିକ ରେଳବାଇ ଜିନିଷ ଚୋରି କରିଥିଲେ । ପୋଲିସ ଅନୁସନ୍ଧାନ କରି ସେହି ତିନି ଜଣ ଚୋରଙ୍କୁ ପଚରା ଉଚୁରା କରିବା ପରେ ଟିଟିଲାଗଡ଼ର କବାଡି ବେପାରି ଆଶିଷ ବର୍ମାଙ୍କୁ ବିକ୍ରି କରିଥିବା କହିଥିଲେ । ରବିବାର ସକାଳୁ ରେଳବାଇ ପୋଲିସ ଦ୍ଵାରା ଏକ ସ୍କ୍ୱାର୍ଡ ଗଠନ କରାଯାଇ ସେହି କବାଡିବାଲା ଆଶିଷ ବର୍ମାଙ୍କ ଗୋଦାମ ଘରେ ପହଞ୍ଚି ଖାନ ତଲାସୀ କରିଥିଲେ । ସେ ପୁଣି ସେହି ଚୋରା ସାମଗ୍ରୀକୁ ଟିଟିଲାଗଡ଼ର ଜଣେ ବାସନ କୁସନ ଦୋକାନୀ ଯାହାକି ଠିକାଦାରପଡ଼ା ଗୋୟଲ କମ୍ପ୍ଲେକ୍ସଠାରେ ଥିବା ଆଦିତ୍ୟ ହୋମ ଆଣ୍ଡ କେୟାର ମାଲିକଙ୍କୁ ବିକ୍ରି କରିଥିବା ପ୍ରକାଶ କରିବା ପରେ ପୋଲିସ ଟିମ୍ ଆସି ସେହି ଦୋକାନରେ ଚଢ଼ାଉ କରି ଚୋରି ସାମଗ୍ରୀ ଜବତ କରିଛି । ରେଳବାଇ ପୋଲିସ ଚଢ଼ାଉ କରିବା ସମୟରେ ଦୋକାନ ମାଲିକ ଉପସ୍ଥିତ ନଥିଲେ । ଚୋରି ସାମଗ୍ରୀ ଜବତ କରିବା ସହ ସିଜ କରି ନେଇଛନ୍ତି । ଏ ବ୍ୟବସାୟ ସେମାନେ କେବେଠୁ କଲେଣି ? ଆଉ କିଏ କିଏ ଏଥିରେ ସଂପୃକ୍ତ ? ତାହା ତଦନ୍ତରୁ ଜଣାପଡିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.