ବେଆଇନ ପଥର ଖାଦାନରେ ଚଢ଼ାଉ, ଜରିମାନା ଆଦାୟ

ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନରେ ମଙ୍ଗଳବାର ଖୁଣ୍ଟା ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ପଞ୍ଚାୟତ ଅଧିନସ୍ଥ ତଥା ଶିମିଳିପାଳ ସଂଲଗ୍ନ ସୁନପୋଖରୀ ଗ୍ରାମ ନିକଟସ୍ଥରେ ଚାଲିଥିବା ବେଆଇନ କଳା ପଥର ଖାଦାନ ଉପରେ ଖୁଣ୍ଟା ରାଜସ୍ବ ବିଭାଗ ଚଢ଼ାଉ କରି କଳା ପଥର ଜବତ କରିବା ସହିତ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।

ସେହିପରି ବଡପଥରା ପଞ୍ଚାୟତ ଅଧିନସ୍ଥ ଜଡିଡିହା ନିକଟରେ ଚାଲିଥିବା ବେଆଇନ ମାଙ୍କଡ଼ା ପଥର ଖାଦାନ ଉପରେ ମଧ୍ୟ ରାଜସ୍ବ ବିଭାଗ ଚଢ଼ାଉ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ତେବେ ବେଆଇନ ପଥର ଖାଦାନରେ ସମ୍ପୃକ୍ତି ଥିବା ପଥର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.