ସୋନପୁର ସହରାଞ୍ଚଳସ୍ଥିତ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟସ ଉପରେ ଅଚାନକ ଚଢ଼ାଉ

  • ହୋଟେଲ ଓ ରେଷ୍ଟୁରାଣ୍ଟସଗୁଡିକର ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦ୍ଦେଶରେ ସୋନପୁର ସହରାଞ୍ଚଳ ସ୍ଥିତ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲଗୁଡିକର ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ଚଢ଼ାଉରେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ । ଏହି ଯାଞ୍ଚ ସମୟରେ ସ୍ଥାନୀୟ ବ୍ଲକ ଛକସ୍ଥିତ ପ୍ରୋଗ୍ରେସ ଇନରୁ ବେନିୟମ ଭାବେ ବ୍ୟବହୃତ ୦୩ ଗୋଟି ବେନିୟମ ଭାବେ ବ୍ୟବହୃତ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦିଆଯାଇଛି । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ, ହୋଟେଲ, ରେଷ୍ଟୁରାଣ୍ଟସ ଓ ଢ଼ାବାର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନର ପରିସର ତଥା ଅନ୍ୟାନ୍ୟ ବ୍ୟବସ୍ଥାର ସୁପରିଚାଳନା ଏବଂ ସୁବ୍ୟବସ୍ଥିତ ସଂଚାଳନ ସହ ବେନିୟମ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.