centurian jitm

ଦୁଇଟି ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

nschool

ଭୋଗରାଇ : ବେଆଇନ କରତ କଳ ଉପରେ ଚଢ଼ାଉ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ଛକ ବଜାରଠାରେ ଥିବା ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ଏବଂ ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିବା ଜଣାପଡିଛି । ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରାଯାଇଛି । ଏସିଏଫ୍ ତପନ ପରିଡ଼ାଙ୍କ ନେତୃତ୍ୱରେ ଜଳେଶ୍ଵର ରେଞ୍ଜର ଜୟଶ୍ରୀ ମୁର୍ମୁ ଓ ବନ ବିଭାଗର କର୍ମଚାରୀମାନେ ସାମିଲ ଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ସଦର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.