oom

ଅବକାରୀ ବିଭାଗ ଦ୍ୱାରା ଚଢାଉ, ୪ ଜଣଙ୍କୁ କୋର୍ଟ ଚାଲାଣ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଂଟାବାଂଜି ଅବକାରୀ ରେଂଜ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଶୁକ୍ରବାର ଦିନ ଅଚାନକ ଚଢାଉ କରାଯାଇଛି । ଏହି ଚଢାଉରେ କଂଟାବାଂଜି ରେଳ ଷ୍ଟେସନ ପରିସରରେ ଅବାଧ କୁଚିଆ ମଦ ଦୋକାନ ଏବଂ ବେଆଇନ ମଦ ଦୋକାନ ଉପରେ ଚଢାଉ କରାଯାଇଥିବା ଜଣାପଡିଛି । ଚଢାଉ ବେଳେ ବେଆଇନ ଭାବେ ଖୋଲିଥିବା ବିଦେଶୀ ମଦ ଦୋକାନଗୁଡିକ ବନ୍ଦ କରି ଫେରାର୍‌ ମାରିଥିବା ବେଳେ କେତେକ କୁଚିଆ ମଦ ବେପାରୀ ଅବକାରୀ ବିଭାଗର ଶିକାର ହୋଇଛନ୍ତି । ଚଢାଉ ବେଳେ ଷ୍ଟେସନ ପରିସରରେ ୪ଟି ସ୍ଥାନରୁ ମୋଟ ୨୩ ଲିଟର ଦେଶୀ ମହୁଲି, ୨୧ ଲିଟର ବିଅର ଏବଂ ବିଦେଶୀ ମଦ ଜବତ ହୋଇଥିବା ଜଣାପଡିଛି । କଂଟାବାଂଜି ଅବକାର ଥାନା ଅଧିନସ୍ଥ କେସ ନଂ.୧୪୧/୨୨-୨୩, କେସ ନଂ. ୧୪୨/୨୨-୨୩ ଉ କଂଟାବାଂଜି ରେଂଜ କେସ ନଂ.୬୨/୨୦୨୨-୨୩, ସବ୍‌ ଇନ୍ସପେକ୍ଟର କେସ ନଂ.୨୦୮/୨୨୨-୨୩ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଅଚାନକ ଚଢାଉରେ କଂଟାବାଂଜି ରେଂଜ ଇନ୍ସପେକ୍ଟର ସଚିନ ବେହେରା, ଏସଆଇ ପ୍ରବିନ ସାହୁ, ଜିଲ୍ଲା ମୋବାଇଲ ସବ୍‌ ଇନ୍ସପେକ୍ଟର ମକ୍ଟକ୍ସର ପ୍ରତିମା ଏକ୍କା, ବଙ୍ଗୋମୁଣ୍ଡା ସବ୍‌ ଇନ୍ସପେକ୍ଟର ସୁମିତ ସାହୁ, ଏଏସଆଇ ଡି. ବାରିକ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀ ସତ୍ୟ ବେହେରା ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

jittmm
Leave A Reply

Your email address will not be published.