ବନବିଭାଗର ଚଢ଼ାଉ : କେନ୍ଦୁ ଏବଂ ଖଇର କାଠ ବୋଝଇ ଟ୍ରକ ଜବତ, ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗ ମହୁଲପାଟି ଶଙ୍କରପଡାଠାରେ ଚଢାଉ କରି ଗୁରୁବାର ବିଲମ୍ବିତ ରାତିରେ ଖଇର ଏବଂ କେନ୍ଦୁ କାଠ ବୋଝେଇ ଏକ ଟ୍ରକ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଲାଠୋର ବନବିଭାଗ ମହୁଲପାଟି ଗ୍ରାମର ଶଙ୍କରପଡାଠାରେ ବାହାର ରାଜ୍ୟ ଛତିଶଗଡକୁ ବେଆଇନ ଭାବେ କାଠ ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ । ଖବର ପାଇ ଲାଠୋର ବନପାଳ କୁମାରୀ ସାଗରିକା ସେଠଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଗୁରୁବାର ରାତ୍ର ୧୧ଟା ପାଖାପାଖି ମହୁଲପାଟି ଗ୍ରାମର ଶଙ୍କରପଡାଠାରେ ଚଢ଼ାଉ କରି ଖଇର ଏବଂ କେନ୍ଦୁ କାଠ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି । ଜବତ ହୋଇଥିବା କାଠ ସିଜି ୦୭-ସିଜି ୬୬୦୧ ନମ୍ବର ବିଶିଷ୍ଠ ଏକ ଟ୍ରକରେ ବୋଝଇ ହୋଇ ବାହାର ରାଜ୍ୟ ଛତିଶଗଡ଼ ଅନ୍ତର୍ଗତ ରାଇପୁରକୁ ଚାଲାଣ ହେଉଥିବା ନେଇ ଅଭିଯୁକ୍ତ ଡ୍ରାଇଭର ମନ୍ଦୀପ ସିଂ ପନୁଙ୍କଠାରୁ ଜଣାପଡିଛି । ଲାଠୋର ବନବିଭାଗ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟ୍ରକ ଏବଂ କାଠକୁ ଜବତ କରି ଲାଠୋର ବନବିଭାଗ କାର୍ଯ୍ୟାଳୟକୁ ଆଣିଥିବା ବେଳେ ଟ୍ରକ ମାଲିକଙ୍କୁ ଡକାଇଥିବା ଜଣାପଡିଛି । ଏନେଇ ଓଆର ନଂ ୩୨୯ – ୨୦୨୨/୨୩ ଅନୁଯାୟୀ ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି କୋର୍ଟକୁ ଚାଲାଣ କରିଥିବା ଲାଠୋର ବାନାଧିକାରୀ କୁମାରୀ ପ୍ରଭାତୀ ସେଠ୍ ପ୍ରକାଶ କରିଛନ୍ତି । ଚଢାଉ ବେଳେ ଲାଠୋର ବନପାଳ କୁମାରୀ ସାଗରୀକା ସେଠ୍, ବନପାଳ ସମୀର ରଞ୍ଜନ ମହାପାତ୍ର, ବନରକ୍ଷୀ ଇନ୍ଦ୍ରମଣୀ ବେହେରା, ଗୋଲକ ବିହାରି ବାରିକ, ଦିଲେଶ୍ଵର ବାଗ, କୁଳମଣି ଭୈସାଲ, ସୁରେଶ ଭୈସାଲ, ସୁଶାନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.