ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସର ଚଢାଉ

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୋରିଆଁ ଅଞ୍ଚଳର ଏକ ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସ ସେଠାରେ ଅତର୍କିତ ଚଢ଼ଉ କରି ୪ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାରର ମଙ୍ଗୁଳିଆ ସେଠୀ(୩୦), କୋରିଆଁର କୁନା ରାଉଳ(୩୮), ମାଣ୍ଡବା ସାହିର ଚନ୍ଦ୍ରକାନ୍ତ ସାହୁ(୪୧) ଓ ସୁଧାକର ସାହୁ (୫୪) ବୋଲି ଜଣାପଡିଛି । ସେମାନଙ୍କଠାରୁ ପୁଲିସ ନଗଦ ୫୪ ହଜାର ୮୨୦ ଟଙ୍କା, ବିଭିନ୍ନ କମ୍ପାନୀର ୬ଟି ବାଇକ୍, ୫ଟି ଦାମୀ ମୋବାଇଲ୍ ଫୋନ୍, ୫୨ଟି ତାସପତା ଓ ଗୋଟିଏ ଜରିପାଲ ଜବତ କରିଛି । ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏଥିରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ପୁଲିସ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.