ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ସୁକୁତେଲ ନଦୀ ତୁଠରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ଖପ୍ରାଖୋଲ ତହସିଲଦାର ଚଢାଉ କରି ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥଲେ । ସେଠାରୁ ବାଲି ବୋଝେଇ ଏକ ଟ୍ରାକ୍ଟର ଅଟକାଇ ପଚରା ଉଚରା ପରେ ବେଆଇନ ଚାଲାଣ ହେଉଥିବା ଜାଣି ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।