ls

ବନ୍ଧୁକ ତିଆରି କାରଖାନା ଉପରେ ପୋଲିସର ଚଢ଼ାଉ

sb

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଗୁନ୍ଦୁଲିଆ ପଞ୍ଚାୟତର ସାଲେଇପଡା ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ କାରଖାନା ଉପରେ ମନମୁଣ୍ଡା ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ, ପିସ୍ତଲ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ଅଭିଯୁକ୍ତ ଶେଷଦେବ ବିନ୍ଧାଣୀ(୨୭)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମଙ୍ଗଳବାର ମନମୁଣ୍ଡା ଥାନାରେ ଏକ ଖବରଦାତା ସମ୍ମିଳନୀ କରି ବୌଦ୍ଧ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ସାଲେଇପଡା ଗ୍ରାମର ଶେଷଦେବଙ୍କ ଘରେ ଦେଶୀ ବନ୍ଧୁକ ଓ ପିସ୍ତଲ ନିର୍ମାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ମନମୁଣ୍ଡା ପୋଲିସ ସୋମବାର ସନ୍ଧ୍ୟାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ଶେଷଦେବ ବିନ୍ଧାଣୀଙ୍କ ଘରୁ ୪ ଗୋଟି ଦେଶୀ ବନ୍ଧୁକ, ୨ ଗୋଟି ପିସ୍ତଲ, ୩ ଟି ଜିଲୋଟିନ, ଅଧା ତିଆରି କେତେକ ବନ୍ଧୁକ ଓ ବନ୍ଧୁକ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ଜବତ କରିଥିଲା । ଏହି ବନ୍ଧୁକଗୁଡ଼ିକ ଅଞ୍ଚଳର ଅସାମାଜିକ ବ୍ୟକ୍ତି ଓ ଅପରାଧୀମାନଙ୍କୁ ବିକ୍ରି କରାଯାଉଥିବା ନେଇ ପୋଲିସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲା । ଏନେଇ ମନମୁଣ୍ଡା ଥାନାରେ ନଂ ୧୯୯/୨୨ରେ ଏକ ମାମଲା ରୁଜୁ ହୋଇଛି । ଏହି ବନ୍ଧୁକ କାରଖାନା କେବେଠାରୁ ଚାଲୁଥିଲା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି । ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ଓ ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଛି କି ନାହିଁ ଖବରଦାତା ସମ୍ମିଳନୀରେ ପଚାରିବାରେ ଏହାର ତଦନ୍ତ ଚାଲିଥିବା ଏସ୍‌ଡିପିଓ ଗୁରୁ ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.