ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍ଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢାଉ ଜାରି ରହିଥିବା ବେଳେ ଚଢାଉ ମଧ୍ୟରେ ଏଏସ୍ଆଇ ନାୟକଙ୍କ କଟକ ମଙ୍ଗଳାବାଗ ସ୍ଥିତ ବାସଭବନ, ପୁରୀ ଜଲ୍ଲା କୃଷ୍ଣପ୍ରସାଦ, ବ୍ରହ୍ମପୁର, ଝାରସୁଗୁଡା ଭଡାଘର ଓ କାର୍ଯ୍ୟାଳୟ ଆଦି ସ୍ଥାନରେ ଚଢାଉ କରାଯାଇଥିଲା । କଟକ ଭିଜିଲାନ୍ସ ଡିଭିଜନ ଏସ୍ପି ଅକ୍ଷୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ଏହି ଚଢାଉରେ ୪ଟି ଭିଜିଲାନ୍ସ ଟିମ୍ ରହିଥିବା ବେଳେ ଅଧିକାରୀମାନେ ଲକ୍ଷ ଲକ୍ଷ ଟଙ୍କା, ବିପୁଳ ପରିମାଣର ସୁନା ଅଳଙ୍କାର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଚଢାଉ ଜାରି ରହିଛି ଏହା ସମ୍ପୂର୍ଣ୍ଣ ହେଲେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଡିଏସପି ଓରାମ କହିଛନ୍ତି ।