ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ଯୋଗଦେବା ପରେ ପ୍ରଥମେ ସଡ଼କ ସୁରକ୍ଷା ସଚେତନତା ରାଲି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଙ୍ଗଠନଙ୍କ ସହଯୋଗରେ ଆୟୋଜନ କରିଥିଲେ । ଏହାପରେ ଟିଟିଲାଗଡ଼ ଅଞ୍ଚଳରେ କିଛି ଦିନ ହେବ ବୃଦ୍ଧି ପାଇଥିବା ଅସାମାଜିକ କାର୍ଯ୍ୟ କଳାପକୁ ରୋକିବା ପାଇଁ ଯୋଜନା କରିଥିଲେ । ସୂଚନା ଅନୁସାରେ ଟିଟିଲାଗଡ଼ ବ୍ଲକ କୁମୁଡ଼ା ଗ୍ରାମ ପାହାଡ ପାଖରେ ଜୁଆ ଖେଳ ଚାଲିଥିବା ଖବର ପାଇ ଥାନାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଜୁଆ ଆଡ୍ଡା ଉପରେ ଗତକାଲି ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିଲେ । ଗିରଫ ୫ ଜଣ ହେଲେ ରୋହିତ କୁମାର ବାଗ, ଇସଲାମୁଦ୍ଦିନ ସେଖ, ହିମାଂଶୁ ନାୟକ, ଗଜାନନ ଟାକ୍ରି ଓ ଜିତୁ କୃଷ୍ଣ ନାଗ । ସେମାନଙ୍କ ନିକଟରୁ ନଗଦ ୧୩,୧୨୦ ଟଙ୍କା, ୩ଟି ମୋଟର ସାଇକେଲ, ମୋବାଇଲ ଫୋନ ଓ ଖେଳୁଥିବା ତାସ ପେକେଟ ଜବତ କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି ।
Next Post