ବୌଦ୍ଧ, (କେପିଏନ୍ଏସ୍) : ରାମଚଣ୍ଡୀ କ୍ରସର୍ ଉପରେ ଆୟକର ବିଭାଗର ଚଢାଉ । ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ବିଜାପଦର୍ ସ୍ଥିତ କ୍ରସରରେ ଚଢାଉ । ଆୟକର ବିଭାଗ ୫ ଜଣିଆ ଟିମ୍ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ । ସୂଚନା ଅନୁଯାୟୀ ରାମଚଣ୍ଡି ଫାର୍ମର ବିଭିନ୍ନ କ୍ରସର୍ ଏବଂ ଠିକା ସଂସ୍ଥା ଗୁଡିକରେ ବ୍ୟାପକ ଆର୍ଥିକ ଅନିୟମିତତା ହେବା ସହିତ ଆୟକର ଠକେଇ ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ବୌଦ୍ଧ ବିଜାପଦର୍ ଠାରେ ଥିବା ରାମଚଣ୍ଡି କ୍ରସର୍ରେ ଆୟକର ବିଭାଗ ପକ୍ଷରୁ ୫ ଜଣିଆ ଆୟକର ଅଧିକାରୀଙ୍କ ଟିମ୍ ଚଢାଉ ଜାରି ରଖିଥିଲା । ପୋଲିସ ଫୋର୍ସ ମଧ୍ୟ ଏହି ଚଢାଉରେ ସାମିଲ ଥିଲେ । ତେବେ କ୍ରସର୍ ମ୍ୟାନେଜରଙ୍କୁ ଆୟକର ଅଧିକାରୀ ମାନେ ଅଟକ ରଖି କାଗଜ ପତ୍ର ଯାଞ୍ଚ କରଥିବା ନେଇ ସୂଚନା ମିଳିଛି । କେତେ ପରିମାଣର ଆୟକର ଠକେଇ ହୋଉଛି ଏବଂ କେଉଁ ଲିଙ୍କରେ ଏହି ଚଢାଉ ଜାରି ରହିଥିଲା ସେନେଇ ପରବର୍ତ୍ତୀ ସମୟରେ ସୂଚନା ମିଳିପାରେ ବୋଲି ଅନୁମାନ କରାଯାଉଛି ।