oom

ବନବିଭାଗର ଚଢ଼ାଉ ଖଇର କାଠ ବୋଝଇ ଟ୍ରାକ୍ଟର ଜବତ , ଅଭିଯୁକ୍ତ ଘଟଣାସ୍ଥଳରୁ ଗିରଫ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ଶନିବାର ଅପରାହ୍ନ ସମୟରେ ଖପ୍ରାଖୋଲ ମହୁରୁଣ୍ଡି ରାସ୍ତାରୁ ଚଢାଉ କରି ଖଇରକାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ହରିଶଙ୍କର ବନବିଭାଗ ଖପ୍ରାଖୋଲରୁ ମହୁରୁଣ୍ଡି ଗ୍ରାମକୁ ବେଆଇନ ଭାବେ ଚୋରା କାଠ ଚାଲାଣ ହେଉଥିବା ଖବର ପାଇଥିଲେ । ଏହାପରେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଖପ୍ରାଖୋଲ ଗ୍ରାମ ଭିତରେ ଚଢ଼ାଉ କରାଯାଇଥିବା ବେଳେ ଆନୁମାନିକ ୨୦ କ୍ୱିଣ୍ଟାଲ ଖଇରକାଠ ଜବତ କରାଯାଇଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୨୨ ହଜାର ପାଞ୍ଚଶହ ଟଙ୍କା ହେବ ବୋଲି ଜଣାପଡ଼ିଛି । ଜବତ ହୋଇଥିବା କାଠ ଗୋଟିଏ ନମ୍ବର ବିହିନ ଟ୍ରାକ୍ଟରରେ ଚୋରା ଚାଲାଣ ହେଉଥିବା ବେଳେ ଘଟଣାସ୍ଥଳରୁ ଖପ୍ରାଖୋଲ ଥାନା ବଡ଼ ଗୁର୍ଜିଭଟା ଗ୍ରାମର ତେଜେନ୍ଦ୍ର ମିଶ୍ର (୩୫)ଙ୍କ ସହ ଟ୍ରାକ୍ଟର ଏବଂ କାଠକୁ ଜବତ କରି ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରୁଥିବା ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା ପ୍ରକାଶ କରିଛନ୍ତି । ଏନେଇ ଅଧିକ ତଦନ୍ତ ଚାଲିଥିବା ହରିଶଙ୍କର ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । ଚଢାଉ ବେଳେ ଖପ୍ରାଖୋଲ ବନପାଳ ସୁଧୀର ଜେନା, ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ବନରକ୍ଷୀ ରାଜେନ୍ଦ୍ର ଧରୁଆଙ୍କ ସହ ବନ ସୁରକ୍ଷା ଦଳ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.