centurian jitm

ଧଣ୍ଡାମୁଣ୍ଡା ଶାନ୍ତିପୁର ତ୍ରିନାଥ ସେଲ୍ସରେ ବଲାଙ୍ଗିର ସିଟି ଓ ଜିଏସ୍‌ଟି ଟିମ୍‌ର ମିଳିତ ଚଢ଼ାଉ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବୁଧବାର ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗର ଏକ ୮ ଜଣିଆ ଟିମ୍‌ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶାନ୍ତିପୁର ଠାରେ ଥିବା ନିରଞ୍ଜନ ସାହୁଙ୍କ ତ୍ରିନାଥ ସେଲ୍ସ ଦୋକାନ ସହ ଗୋଦାମ ଘରରେ ଅତର୍କିତ ଚଢାଉ କରିଥିବା ଜଣାପଡିଛି । ନିରଞ୍ଜନ ସାହୁ ସିମେଣ୍ଟ, ଲୁହା ରଡ଼, ଟାଇଲସ୍‌, ବାଲି, ପଥର, ଏସିଏନ୍‌ ପ୍ୟାଣ୍ଟ ଭଳି ରଙ୍ଗ ସହ ବିଭିନ୍ନ ପ୍ରକାର ହାର୍ଡୱେର ସାମଗ୍ରୀର ବ୍ୟବସାୟୀ ଅଟନ୍ତି । ଗ୍ରାହକ ତଥା ଠିକାଦାର ମାନଙ୍କୁ ବିନା ବିଲ୍‌, ଭାଉଚରରେ ଦୈନିକ ଲକ୍ଷ, ଲକ୍ଷ ଟଙ୍କାର ବ୍ୟବସାୟ କରି ସରକାରୀ ଟ୍ୟାକ୍ସ ଫାଙ୍କୁ ଥିବା ସୂଚନା ପାଇ ଆଜି ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ନିରଞ୍ଜନ ସାହୁ ସରକାରଙ୍କୁ ଜିଏସ୍‌ଟି ଫାଙ୍କୁଥିବା ସନ୍ଦେହରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ତ୍ରିନାଥ ସେଲ୍ସ ଓ ଗୋଦାମ ଘରକୁ ବଲାଙ୍ଗିର ଜିଏସ୍‌ଟି ବିଭାଗର ଡେପ୍ୟୁଟି କମିଶନର କିଶୋର କୁମାର ମେହେରଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଏବଂ ଜାଣିବାକୁ ପାଇଲେ ଦୀର୍ଘଦିନ ଧରି ନିରଞ୍ଜନ ସରକାରଙ୍କୁ ଜିଏସ୍‌ଟି ଭଲ ଭାବରେ ପଇଠ ନକରି ଠକି ଆସୁଥିଲେ । କମିଶନର ଶ୍ରୀ ମେହେରଙ୍କ କହିବା ଅନୁଯାୟୀ ନିରଞ୍ଜନ ସାହୁ ସରକାରଙ୍କୁ ଅତି ନଗଣ୍ୟ ଭାବେ ଜିଏସ୍‌ଟି ଦେଇ ଅଧିକ ଜିନିଷ ରଖିଥିବା ସୂଚନା ଦେଇଛନ୍ତି । ବ୍ୟବସାୟୀ ନିରଞ୍ଜନ ସାହୁଙ୍କ କହିବା ଅନୁଯାୟୀ ତାଙ୍କର ମାସକୁ ଟର୍ନଓବର ୫୦ ଲକ୍ଷ ଟଙ୍କା କିନ୍ତୁ ଗୋଡାଉନ୍‌ରେ କୋଟି କୋଟି ଟଙ୍କାର ସାମଗ୍ରୀ ପଡିରହିଥିବା ନଜିରକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଜାରି ରହିଥିବା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଆସିଷ୍ଟାଣ୍ଟ କମିଶନର ରାଜେନ୍ଦ୍ର ନାଏକ, ଜିତେନ୍ଦ୍ର ବାଗ, ସରୋଜ କୁମାର ବରିହା, ପୁର୍ଣ୍ଣେନ୍ଦୁ ଶବର, ଜନସନ କିଣ୍ଡୋଙ୍କ ସହ ବଲାଙ୍ଗିର ରିସର୍ଭ ପୋଲିସର ୬ ଜଣ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.