oom

ଯୋଗ ହିଁ ସୁସ୍ଥ ସ୍ୱାସ୍ଥ୍ୟର ଚାବି କାଠି

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଗତକାଲି ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ଅବସରରେ କରୋନା ନିୟମକୁ ପାଳନକରି ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଚଟୁଅନକା ଅଙ୍ଗନବାଡ଼ି ଖ କେନ୍ଦ୍ରରେ ମଧ୍ୟ ପାଳିତ ହୋଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷୟତ୍ରୀ ଦେବକୀ ତାଣ୍ଡି, ଶିକ୍ଷକ କିଶୋର ବରିହା, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଆଶା କର୍ମୀ ସୂର୍ଯ୍ୟକାନ୍ତୀ ମାଝି, ୱ।ର୍ଡମେମ୍ବର ପଦ୍ମା ମାଝୀ, ସମାଜ ସେବୀ କବିରାଜ ପୁଟେଲ ଅତିଥି ଭାବରେ ଯୋଗ ଦେଇଥିଲେ । ଯୋଗ ହିଁ ସୁନ୍ଦର ସ୍ୱାସ୍ଥ୍ୟର ଚାବିକାଠି ଏଣୁ କରୋନା ସମୟରେ ଯୋଗ ଆତ୍ମବଳ ବୃଦ୍ଧି ଓ କରୋନା ସହ ଲଢିବାକୁ ଶକ୍ତି ଯୋଗାଇବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷର ବିଷୟ ସୁସ୍ଥତା ପାଇଁ ଯୋଗ ତେଣୁ ପ୍ରତ୍ୟେକ ବ୍ୟକ୍ତି ଯୋଗ କରିବାକୁ ଆଗ୍ରହୀ ହେବା ଉଚିତ ବୋଲି ସର୍ବସମ୍ମତିରେ ଗ୍ରହଣ ହୋଇଥିଲା । ତା’ପରେ ଶ୍ରୀ ଦାଶ ଦୈନିକ ଅନୁଲୋମ ବିଲୋମ, କପାଳ ଭାତି କରିବା ସହିତ କିଛି ସାଧାରଣ ବ୍ୟାୟାମ କିପରି କରିବେ ନିଜେ କରିକି ଦେଖେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଓ୍ୱ।ର୍ଡ ସଭ୍ୟମାନେ ଉପସ୍ଥିତ ଥିଲେ । ପରିଶେଷରେ ସଭାପରେ ନିଜ ନିଜ ଘରକୁ ଯାଇ ଅନ୍ୟମାନଙ୍କୁ ଯୋଗ କରିବାପାଇଁ ଅନୁରୋଧ କରିବାକୁ କୁହାଯାଇଥିଲା ।

jittmm
Leave A Reply

Your email address will not be published.