ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟାଧୁନିକ ବାଇକ ସର୍ଭିସିଙ୍ଗ ସେଣ୍ଟର ଭାବେ ଜାତୀୟ ସ୍ତରରେ ସୁପରିଚିତ ‘ବାଇକମେକ’ର ରାଉରକେଲା ସର୍ଭିସିଂ ସେଣ୍ଟର ଉଦଘାଟିତ ହୋଇଯାଇଛି । ସିଭିଲ ଟାଉନସିପ ସ୍ଥିତ ଏ/୮, କମରସିଆଲ ଇଷ୍ଟେଟ ଠାରେ ଏହି ସର୍ଭିସିଂଗ ସେଣ୍ଟରକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ସେଣ୍ଟରର ମୁଖ୍ୟ ଦିଲୀପ କୁମାର ସାହୁ ଓ ଅଭିଜ୍ଞ ଟେକନିସିଆନମାନେ ଉପସ୍ଥିତ ଥିଲେ । ଯେକୌଣସି ବ୍ରାଣ୍ଡର ବାଇକ, ସ୍କୁଟି ପ୍ରଭୃତି ଏହି ଠାରେ ସର୍ଭିସିଂ କରାଯାଇ ପାରିବ । ଫୋମ ୱାସ ମାତ୍ର ୯୯ ଟଙ୍କା ଓ ଫୁଲ୍ ଗାଡି ସର୍ଭିସିଂ ୩୪୯ ଟଙ୍କାରେ ଉପଲବ୍ଧ ହେବ । ନୂଆ ହେଉ କି ପୁରୁଣା ଗାଡି, ସମସ୍ତ ପ୍ରକାର ଦୁଇ ଚକିଆ ଯାନର ୨୧ଟି ପଏଣ୍ଟ ଯାଞ୍ଚ ଓ ସର୍ଭିସିଂ କରାଯାଇ ପାରିବ । ଆବଶ୍ୟକ ସ୍ଥଳେ ଗ୍ରାହକଙ୍କ ସୁବିଧା ପାଇଁ ଗାଡି ସର୍ଭିସିଂ ସମୟରେ ପିକଅପ ଓ ଡ୍ରପ ସୁବିଧା ମଧ୍ୟ ରହିଛି । ଏତଦ୍ ବ୍ୟତୀତ ବର୍ତ୍ତମାନର ଗାଡି ପ୍ରଦୂଷଣ ହ୍ରାସ ପାଇଁ ଉଭୟ ଦୁଇ ଚାକିଆ ଓ ତିନି ଚାକିଆ ଯାନର କାର୍ବନ କ୍ଲିନିଙ୍ଗ ପାଇଁ ସ୍ୱତନ୍ତ୍ର ମେସିନ ବ୍ୟବସ୍ଥା ରହିଛି, ଯାହା ରାଉରକେଲାରେ ପ୍ରଥମ । ଏହି କମ୍ପାନୀର ଆପ ଡାଉନଲୋଡ଼ କରି ଗ୍ରାହକମାନେ ଗାଡି ସମ୍ବନ୍ଧୀୟ ବିବିଧ ସୁବିଧା ପାଇପାରିବେ । ଏଣୁ ସହରର ଗ୍ରାହକମାନେ ଏହି ସେଣ୍ଟରର ସୁବିଧା ନେଇ ପାରିବେ । ଏହି ଅବସରରେ କଲିକତାର ସିଇଓ ଚନ୍ଦନ ସାଓ ଉପସ୍ଥିତ ଥିଲେ । ଆଦିତ୍ୟ ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Prev Post