ଗୋଦାମରେ ଭୁଶୁଡିଲା ସିମେଣ୍ଟ ବସ୍ତା, ୪ ଶ୍ରମିକ ଗୁରୁତର

ରାଉରକେଲା : ସିମେଣ୍ଟ ଗୋଦାମରେ ଅଘଟଣ । ଭୁଶୁଡିଗଲା ସିମେଣ୍ଟ ବସ୍ତା । ଯାହାଫଳରେ ଗୋଦାମରେ କାମ କରୁଥିବା ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରାଉରରକେଲା ଆଇଡିସି ସିମେଣ୍ଟ ଗୋଦାମରେ ସୋମବାର ଦିନ ଘଟିଛି ଅଘଟଣ । ଗୋଦାମ ଭିତରେ ସିମେଣ୍ଟ ବସ୍ତା ଥାକ ମରା ଯାଉଥିବା ବେଳେ ଭୁଶୁଡିଗଲା । ଯାହାଦ୍ୱାରା ଗୋଦାମରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । ଅଘଟଣ ପରେ ସଙ୍ଗେ ସଙ୍ଗେ ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.