jayashree

ମାର୍ଚ୍ଚ ମାସରେ ସୋହେଲା ଠାରେ ଚର୍ତୁବେଦ ମହାଯଜ୍ଞ ଆୟୋଜିତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ନ୍ତଜାତିକ ସତ୍ୟ ଚେତନା ଆଧ୍ୟାତ୍ମିକ ଆନ୍ଦୋଳନର ସଂସ୍ଥାପକ ସଦଗୁରୁ ସ୍ୱାମୀ ଆତ୍ମାନନ୍ଦଜୀ ମହାରାଜାଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଚର୍ତୁବେଦ ମହାଯଜ୍ଞର ଆୟୋଜନ ନିଷ୍ପତ୍ତି ନିଆଯାଇଛି । ବରଗଡ଼ ଜିଲାର ସୋହେଲା ଦୁର୍ଗା ମନ୍ଦିର ନିକଟରେ ମାର୍ଚ୍ଚ ମାସର ମଧ୍ୟଭାଗରେ ଏହି ଚର୍ତୁବେଦ ମହାଯଜ୍ଞ ଆୟୋଜିତ ହେବ । ଏଥିରେ ଚାରି ବେଦର ମନ୍ତ୍ରରେ ଘୃତାହୁତି ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ରହିଛି । ଏହି ଯଜ୍ଞ ସକାଶେ ବରଗଡ଼ର ଶିବାନନ୍ଦ ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରରର ନଳୀନିକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁରୂପ ଏକ ବୈଠକ ଘେଁସର ଆର୍ୟ୍ୟ ସମାଜ ଆଶ୍ରମରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂପ୍ରତି ବିଶ୍ୱରେ ଦେଖାଯାଉଥିବା ପ୍ରାକୃତିକ କୋପର ନିରାକରଣ ପାଇଁ ବୈଦିକ ସମ୍ମତ ରୂପେ ଚର୍ତୁବେଦ ମହାଯଜ୍ଞର ଆୟୋଜନ ନିଷ୍ପତି ନିଆଯାଇଥିଲା ଏବଂ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଏକ କମିଟି ଗଠିତ ହୋଇଥିଲା । ଗଠିତ କମିଟିରେ ଏଡ଼ଭୋକେଟ ଅଶୋକ କୁମାର ପଣ୍ଡା ସଭାପତି, ଭଟଲିର ଭୀମସେନ ବାରିକ ଉପସଭାପତି, ଘେଁସର ଦିବ୍ୟକିଶୋର ପ୍ରଧାନ ସମ୍ପାଦକ ଏବଂ ସୋହେଲାର ମଞ୍ଜୁଳତା ଶତପଥି କୋଷାଧ୍ୟକ୍ଷ ରହିଛନ୍ତି । ବରିଷ୍ଠ ଆଇନଜିବୀ ଅଚ୍ୟୁତାନନ୍ଦ ମହାପାତ୍ର ଏହାର ମୁଖ୍ୟ ପରାମର୍ଶଦାତା ରହିଥିବା ସମୟରେ କାର୍ୟ୍ୟକାରୀ କମିଟିରେ ହରିନାରାୟଣ ପଟ୍ଟନାୟକ, ଜଗନ୍ନାଥ ପାଢ଼ୀ, ଗୋବର୍ଦ୍ଧନ ପାତ୍ର, ଭୁବନେଶ୍ୱର ପ୍ରଧାନ, ଜଗଦୀଶ ପ୍ରଧାନ ରହିଥିବା ଜଣାଯାଏ । ଏହି ବୈଠକରେ ଆର୍ନ୍ତଜାତିକ ସତ୍ୟ ଚେତନା ଆଧ୍ୟାତ୍ମିକ ସଂସ୍ଥାର ଗୁରୁଦାଶ କୁଣ୍ଡୁ ଓ ଅଶୋକ କୁମାର ଗଜେନ୍ଦ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.