ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ କେରିଅର କାଉନସିଲିଂ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତରେ ଶିକ୍ଷା ବିଭାଗର ଓ ଗ୍ରାସୀମ କମ୍ପାନୀର ମିଳିତ ଆନୁକୂଲ୍ୟରେ ସ୍କୁଲ ଛାତ୍ର ଓ ଛାତ୍ରୀଙ୍କ କେରିଅର କାଉନସିଲିଂ କାର୍ଯ୍ୟକ୍ରମ ଗୁରୁବାର ଦିନ ହୁମା ଗ୍ରାମର କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଗ୍ରାସୀମ କମ୍ପାନୀର ଜେନେରାଲ ମେନେଜର ରବୀନ୍ଦ୍ର କୁମାର ମହାନ୍ତି, ବ୍ରହ୍ମପୁର ଏମ୍‌କେସିଜିର ପ୍ରଫେସର ରାଜେନ୍ଦ୍ର କୁମାର ବେହେରା, ଖଲ୍ଲିକୋଟ ଇତିହାସ ବିଭାଗ ଅଧ୍ୟାପକ ଦେବୀ ପ୍ରସାଦ ଦାସ, ଆଇଟିଆଇ ରଞ୍ଜନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ହୁମା କ୍ଲଷ୍ଟର ସିଆର୍‌ସିସି ଦାମୋଦର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଖଣ୍ଡଦେଉଳି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର ନାରାୟଣ ବେଜ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେନାବାହିନୀ, ଡିଜାଇନିଂ, ଇଞ୍ଜିନିଅରିଙ୍ଗ, ଟେକ୍ନିକାଲ, ଅର୍ଥନୈତିକ, ଆସିଟି ଟେକ୍ନିକାଲ, ମେଡିକାଲ ଆଦି ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପିଲାମାନେ ନିଜ ଭବିଷ୍ୟତ ଗଠନ ନିମନ୍ତେ କେଉଁ ବିଭାଗରେ କାର୍ଯ୍ୟ କରିବେ ତାହା ଆଲୋଚନା ହୋଇଥିଲା । ୨୦% ପ୍ରତିଶତ ପିଲା ମେଡିକାଲ, ୩୦% ପ୍ରତିଶତ ବ୍ୟାଙ୍କିଂ ଏବଂ ଅଧିକାଂଶ ଛାତ୍ର ସେନା ବାହିନୀରେ ନିଜ ଭାଗ୍ୟ ଗଢିବାକୁ ମତପ୍ରକାଶ କରିଥିଲେ । ସରକାର ପିଲାମାନଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ମେଡିକାଲ ଓ ଇଞ୍ଜିନିଅରିଙ୍ଗ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ଭଲ ହୁଅନ୍ତା ବୋଲି କମ୍ପାନୀ ଡିଜିଏମ୍‌ ରବୀନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ । ଅଧିକରୁ ଅଧିକ ଆର୍ମି କିମ୍ବା ନେଭିରେ ନିଯୁକ୍ତି ପାଇଁ ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ବୋଲି ବିଇଓ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ‘ଝିଅ ନୁହେଁ କୌଣସି ବୋଝ’ ନାଟକ ମାଧ୍ୟମରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସିଆର୍‌ସିସି ବିପ୍ର ଚରଣ ସାହୁ, ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ, କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ସୋନାଲି ବିଶ୍ୱାଳ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!