ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “କ୍ୟାରିଅର କାଉସିଲିଙ୍ଗ” ଓ କାର୍ଯ୍ୟାଳୟ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସୁପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଲଗାତାର ଭାବେ ଛାତ୍ରୀମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ, ଉନ୍ନତି ସକାଶେ କାର୍ଯ୍ୟକ୍ରମ ମାନ ବିଦ୍ୟାଳୟରେ ବର୍ଷ ସାରା ଚାଲିଛି । ଯାହାକି ଅଞ୍ଚଳରେ ବିଦ୍ୟାଳୟ ପ୍ରଶଂସିତ ହେବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା ବୃଦ୍ଧି ପାଉଛି । ବିଦ୍ୟାଳୟର ନିମନ୍ତ୍ରଣ କ୍ରମେ ବରଗଡ ଜିଲ୍ଲା ଅତିରିକ୍ତ ଜିଲ୍ଲା ଅଧିକାରୀ ଛତ୍ରପତି ସାହୁ, ବରଗଡ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ଅମୃତା ସାହୁ, ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ” ଦ୍ୱାରା ନିର୍ମିତ କାର୍ଯ୍ୟାଳୟକୁ ଏଡିଓ ସାହୁ ଫିତା କାଟି ଉଦ୍‌ଘାଟନ କରିଥିଲେ । ଉକ୍ତ ଅବସରରେ ଛାତ୍ରୀମାନଙ୍କୁ “କ୍ୟାରିଅର କାଉନସିଲିଙ୍ଗ” କରିଥିଲେ । ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ‘ପୋଟାଲ’କୁ ସ୍ମାର୍ଟ ବୋଡ଼ ମାଧ୍ୟମରେ ସାତ ଶହ ପ୍ରକାର “ନିଯୁକ୍ତି” ଉପରେ ନବମ, ଦଶମ ଶ୍ରେଣୀର ଛାତ୍ରୀଙ୍କୁ ବୁଝାଇ ଥିଲେ । ଯାହା ଫଳରେ ଛାତ୍ରୀମାନେ “ଲକ୍ଷ ପଥ”ରେ ଆଗକୁ ବଢିବାର ପ୍ରେରଣା ମିଳିଥିବା ପରିପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହିପରି ପ୍ରତ୍ୟେକ ସପ୍ତାହରେ ବିଭିନ୍ନ କ୍ଷେତ୍ରରୁ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କ୍ୟାରିଅର କାଉନସିଲିଂ କରାଇବାକୁ ଅତିରିକ୍ତ ଶିକ୍ଷା ଅଧିକାରୀ ପରାମର୍ଶ ଦେଇ ଯାଇଛନ୍ତି ।

jittmm
Leave A Reply

Your email address will not be published.