1234

୩୯ ନୂତନ ହିତାଧିକାରୀମାନଙ୍କୁ ରାସନ୍ କାର୍ଡ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରାଉରକେଲା ଗସ୍ତର ୨ୟଦିନରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା  ହିତାଧିକାରୀମାନଙ୍କୁ ରାସନ୍ କାର୍ଡ ବଣ୍ଟନ କରିଛନ୍ତି । ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ୩୯ ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବିତରଣ କରିଛନ୍ତି । ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି ଏବଂ  ଏହି ପ୍ରକ୍ରିୟା ଜାରି ରହିଛି । ରାଉରକେଲାର କୌଣସି ଗରିବ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇବାରୁ ବଞ୍ଚିତ ରହିବେ ନାହିଁ ସେଥିପ୍ରତି ବିଭାଗୀୟ ଅଧିକାରୀ ବିଶେଷ ଧ୍ୟାନ ରଖିବାକୁ କହିଥିଲେ । ଶ୍ରୀ ପାତ୍ର ରାଉରକେଲାର ହିତାଧିକାରୀ ମାନେ ରାସନ୍ କାର୍ଡ ନିମନ୍ତେ ଆବେଦନ କରନ୍ତୁ ବୋଲି କହିଥିଲେ । ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ , ମୁଖ୍ୟ  ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ଅତିରିକ୍ତ ଯୋଗାଣ ଅଧିକାରୀ, ରାଉରକେଲା ସଂଜୟ କୁମାର ସାହୁ , ସହାୟକ ଯୋଗାଣ ଅଧିକାରୀ ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.