oom

ନବବର୍ଷର ଶୁଭେଚ୍ଛା ଜଣାଇବାକୁ ଆସି ଚର୍ଚ୍ଚାକୁ ଆସିଲେ ଓଡ଼ିଶା ପୋଲିସ କର୍ମଚାରୀ ମହାସଂଘ ସଭାପତି

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାନୁଆରୀ ପହିଲା ଦିନଟି ପବିତ୍ର ନୂଆବର୍ଷ ଅଟେ । ଏହି ଦିନଟି ଆମ ରାଜ୍ୟରେ ପ୍ରାୟତଃ ସରକାରୀ ଓ ବେସରକାରୀ ଏବଂ ବିଭିନ୍ନ ମହଲରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥାଏ । ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ପରସ୍ପରକୁ ଜଣାଇବା ପୂର୍ବକ ପୁଷ୍ପଗୁଚ୍ଛ ସହ ମିଷ୍ଟାନ୍ନ ଆଦି ଖୁଆଇ ଭେଟି ଦେବା ଆମ ରାଜ୍ୟରେ ଏକ ସ୍ଵାଭାବିକ ପଦ୍ଧତି ଅଟେ । ଏପରିକି ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ସାଧାରଣ ଆସର ଜମାଇ ଗଣ୍ୟମାନ୍ୟ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ ଅଧିକାରୀଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ । ସର୍ବୋପରି ସାଧାରଣ ପ୍ରଶାସନିକ କାର୍ଯ୍ୟାଳୟ, ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟ, ପୋଲିସ ପ୍ରଶାସନ ମୁଖ୍ୟାଳୟକୁ ଯାଇ ମୁଖ୍ୟ ଓ ଗୌଣ ବ୍ୟକ୍ତି ବିଶେଷ, ଅଧିକାରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ, ମହାମାନ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥାନ୍ତି । ନବବର୍ଷର ଶୁଭେଚ୍ଛା ଜଣାଇବା ନିମିତ୍ତ ପ୍ରତିବର୍ଷ ପୁଷ୍ପଗୁଚ୍ଛ ସହ ଭେଟି ଦେବା କାର୍ଯ୍ୟକ୍ରମ ଏକ ନିଆରା ପରମ୍ପରା କ୍ରମେ ଚଳି ଆସିଛି । ସୂଚନା ଯୋଗ୍ୟ ଯେ’ ଗତକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଏକ ଅନ୍ତରଙ୍ଗ ମୂହର୍ତ୍ତରେ ଓଡ଼ିଶା ପୋଲିସ ସିପାହୀ, କନେଷ୍ଟବଳ ଓ ହାବିଲଦାର୍ ମହାସଂଘ ସଭାପତି ଅନୀଲ କୁମାର ଷଣ୍ଢ (କେନ୍ଦୁଝର)ଙ୍କ ସମେତ ପୋଲିସ ମହାସଂଘ ସାଧାରଣ ସମ୍ପାଦକ କିଶୋର କୁମାର ମହାନ୍ତି (ବାବୁ), ଯୁଗ୍ମ ସଂପାଦକ ମହେନ୍ଦ୍ର ଗୌଡ଼, ଯୁଗ୍ମ ସଂପାଦକ ସରୋଜ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ଅନ୍ତରଙ୍ଗ ମୂହର୍ତ୍ତର ଏକ ଫଟୋ ମଧ୍ୟ ବିଭିନ୍ନ ସୋଡ଼ିଆଲ୍ ମିଡ଼ିଆରେ ପୋଷ୍ଟ୍ ହୋଇଥିବା ଦେଖିବାକୁ ମିଳିଛି । ହେଲେ ଏକ ବିଡମ୍ବନାର ବିଷୟ ଏହି କି ଯେ’ ପୋଲିସ କର୍ମଚାରୀ ମହାସଂଘର ସଭାପତି ଅନୀଲ କୁମାର ଷଣ୍ଢ ଓଡ଼ିଶା ପୋଲିସ ଡ୍ରେସ୍ କୋଡ଼ ପରିଧାନ କରିଥିବା ବେଳେ ତାଙ୍କ ମୁଣ୍ଡରୁ କିପରି ପୋଲିସ ଟୋପି ବାହାର କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇ ଆନୁଷ୍ଠାନିକ ଭାବେ ଫଟୋ ଉତ୍ତୋଳନ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ଡ୍ରେସ୍ କୋଡ଼ରେ ଟୋପି ବାହାର କରି ଛିଡା ହେବା ରାଜ୍ୟ ପୋଲିସ ବିଭାଗକୁ ଏକ ଅବମାନନା ସ୍ୱରୂପ ହୋଇଥିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟ ପୋଲିସ ବିଭାଗ ମୁଖ୍ୟ ତଥା ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇ ପୋଲିସ କର୍ମଚାରୀଙ୍କ ବିଶୃଙ୍ଖଳା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସାଂଗକୁ ଆଗାମୀ ଦିନରେ ଏଭଳି ବିଶୃଙ୍ଖଳାଗତ ଆଚରଣ ରୋକିବା ଆବଶ୍ୟକ ବୋଲି ବହୁ ବିଦ୍ୱାନମାନଙ୍କ ମହଲରେ ମତପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.