ସେମିଲିଗୁଡାରେ ଡାକ୍ତର ମୌମିତାଙ୍କୁ ନ୍ୟାୟ ପାଇଁ କେଣ୍ଡେଲ୍‌ ଶୋଭାଯାତ୍ରା

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ସେମିଲିଗୁଡାରେ ଲିଭ୍‌ ପର୍‌ ଅଦର୍ସ ଅନୁଷ୍ଠାନ ତରଫରୁ କେଣ୍ଡେଲ୍‌ ରାଲି ଅନୁଷ୍ଠିତ ହୋଇଯାଇଛି । ଆର.ଜି.କର ମେଡିକାଲ କଲେଜ, କୋଲକାତାର ଟ୍ରେନି ଡାକ୍ତରଙ୍କ ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ଓ ନିର୍ମମ ହତ୍ୟାର ପ୍ରତିବାଦରେ ତଥା ଅମର ଆତ୍ମା ଶାନ୍ତି ଏବଂ ନ୍ୟାୟ ପାଇବା ପାଇଁ ସେମିଲିଗୁଡା ବସ୍‌ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଫୋଟ ଚିତ୍ରରେ କେଣ୍ଡେଲ ପ୍ରଦୀପ ପ୍ରଜଳନ କରି ଥିଲେ । ଉକ୍ତ କେଣ୍ଡେଲ୍‌ ଶୋଭାଯାତ୍ରାରେ ପୂର୍ବତନ ସି.ଡି.ପି.ଓ ସ୍ନିଗ୍ଧାରାଣୀ ମିଶ୍ର, ପୂର୍ବତନ ପୌର ଅଧ୍ୟକ୍ଷ ସୁବୋଶ୍ରୀ ମଲିକ, ସୁନାବେଡା ସି.ଡି.ପି ଓ ନଳିନ ବେହେରା, ସେମିଲିଗୁଡା ବ୍ଲକ ଅଙ୍ଗନୱାଡି ସଂଘ ସଭାପତି ସଂଯୁକ୍ତା ସାହୁ, ସମାଜସେବୀ ଚିତରଞ୍ଜନ ମିଶ୍ର ଓ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.