jayashree

ବରଗଡ଼ରେ କ୍ୟାନ୍ସର ସେଣ୍ଟରର କାର୍ଯ୍ୟ ଆରମ୍ଭ ପାଇଁ ପଥ ଫିଟିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଦିନ ଧରି ଆନ୍ଦୋଳନ, ବାଦ ବିବାଦ ପରେ ଆଜି ବରଗଡ଼ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବାକୁ ଥିବା କ୍ୟାନ୍ସର କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହୁତ ଏହି ପ୍ରକ୍ରିୟାରେ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଶ୍ରେଣୀ ନିର୍ମାଣ ସଂସ୍ଥା ଏଥିରେ ବିଡ୍‌ ଦାଖଲ କରିବାକୁ ସୂଚିତ କରାଯାଇଛି । କାର୍ଯ୍ୟାଳୟ ପତ୍ର ସଂଖ୍ୟାB-IV-H(H&D)63/2020, No 41979/dt.9-11-21 ଅନୁଯାୟୀ ୭୧କୋଟି ୧୪ଲକ୍ଷ ୮୦ ହଜାର ୩୯୪ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ସେଣ୍ଟରର ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବରଗଡ଼ ତତ୍ବାବଧାରକ ରହିବେ । ୫ ମହଲା ବିଶିଷ୍ଟ ଏହି ଡାକ୍ତରଖାନା ୧ ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗ ଫୁଟ ପରିଧି ମଧ୍ୟରେ ନିର୍ମାଣ ହେବ । ଯାହାକି ଦୁଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ସୂଚିତ ହୋଇଛି ।

Leave A Reply

Your email address will not be published.