କେନ୍‌ସରରେ ମୃତ୍ୟୁବରଣ କରିଥିବା ପୀଡ଼ିତା ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ

ବେଲପଡା, (ଅଜିତ କୁମାର ସାହୁ) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଭଗବାନ ବୁଡେକ ଗତ ୨୦୧୯ରେ କେନ୍ସରରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ଶ୍ରମିକ, ଶ୍ରମ କାର୍ୟ୍ୟାଳୟରେ ଲେବର କାର୍ଡ଼ କରିଥିଲେ । ଶ୍ରମବିଭାଗର ଆଇନ ଅନୁଯାୟୀ ଯେଉଁ ଶ୍ରମିକମାନେ ଲେବର କାର୍ଡ଼ କରି ରେଜିଷ୍ଟେସନ କରିଥିବେ । ଯଦି ସେହି ଶ୍ରମିକଙ୍କ ମୃତ୍ୟୁ ହୁଏ ଶ୍ରମ ଆଇନ ଅନୁଯାୟୀ ସେହି ପିଡ଼ିତା ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବାର ନିୟମ ଅଛି । ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାରୁ ଶ୍ରମ ଆଇନ ଅନୁଯାୟୀ ସହାୟତା ରାଶି ଆଜି ତାଙ୍କ ସ୍ତ୍ରୀ ପ୍ରତିମା ବୁଡେକଙ୍କ ବ୍ୟାଙ୍କ ଜମା ଖାତାରେ ଦୁଇ ଲକ୍ଷ ଟଙ୍କା ଜମା ହୋଇଛି । ସହାୟତା ରାଶି ପାଇବା ପାଇଁ କୋଶଲ କମିଟି ଓ ସେବା ଚେରିଟେବୁଲ ଟ୍ରଷ୍ଟର ସଦସ୍ୟ ବନମାଳୀ ନାଏକ ଓ ଗିରିରାଜ ଭୋଇ ପିଡ଼ିତା ପରିବାର ଜଣେ ସଦସ୍ୟଙ୍କୁ ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ୟ୍ୟାଳୟକୁ ନେଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.