ବ୍ଲକସ୍ତରୀୟ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ଗତକାଲି ବେଲପଡା ବ୍ଲକ କାର୍ଯ୍ୟାଳୟଠାରେ ବ୍ଲକସ୍ତରୀୟ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ୍‌, ଏବିଡିଓ ସାରଥୀ ସାହୁ, ବିପିଏମ୍‌ ରୁକ୍ମଣ ନାଗ ମଞ୍ଚାସୀନ ଥିଲେ । ଦକ୍ଷତା ବିକାଶ ସହକାରୀ ବିଚିତ୍ର ମୁଦୁଲି ସଭା ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ୭ ଗୋଟି ଆଇଟିଆଇ, ଆହୁରି ବିଭିନ୍ନ ଅନୁଷ୍ଠାନ ଯୋଗଦାନ କରିଥିଲେ । ୧୨୦ଟି ପ୍ରାର୍ଥୀ ପ୍ରାର୍ଥିନୀ ଯୋଗ ଦେଇ ନିଜ ପଞ୍ଜିକରଣ କରିଥିବା ଜଣାପଡିଛି । ବେକାରୀ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ତାକୁ କିପରି ବିକାଶ କରିବେ ସେହି ବିଷୟରେ ଆନୁଷ୍ଠାନିକ ଅଧିକାରୀମାନେ ଯୁବକ ଯୁବତୀଙ୍କୁ ବୁଝାଇଥିଲେ ଓ ପୂର୍ବରୁ କେଉଁ କେଉଁ ଯୁବକ ଯୁବତୀ ଉପକୃତ ହୋଇଛନ୍ତି ତାହା ମଧ୍ୟ କହିଥିଲେ ।

Leave A Reply

Your email address will not be published.