ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ, ହେଲେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି : ଅଧାରେ ରହିଲା ମାଟ୍ରିକ ପରୀକ୍ଷା । ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ୨ ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ ହେଲେ ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ମୃତ ଛାତ୍ର ଜଣଙ୍କ ହେଲେ ଲିକ୍ରମ ସର୍ଦ୍ଦାର । ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.