centurian jitm

ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ବ୍ୟୟ କାହା ସ୍ୱାର୍ଥରେ : ରବି ରଥ

nschool
  • ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଇଏମ୍‌ସି ବିଫଳ : ରବି ରଥ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସୌନ୍ଦର୍ଯ୍ୟକରଣ ନାଁରେ ବିଇଏମ୍‌ସି କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବ୍ରହ୍ମପୁରବାସୀଙ୍କୁ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ଓ କର୍ମଚାରୀ ନେତା ରବି ରଥ ଅଭିଯୋଗ କରିଛନ୍ତି । ବର୍ଦ୍ଧିତ ଘର ଟିକସ ଛାଡ଼, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ଆଦି ଛଅ ଦଫା ଦାବୀ ନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ୧୧୮ତମ ଘଣ୍ଟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଗତ କୋଭିଡ ମହାମାରୀ ବେଳେ ଜୀବନ ମରଣର ତାଣ୍ଡବ ଚାଲିଥିବା ବେଳେ ଜନତାଙ୍କ ମଧ୍ୟରେ ଏକ ପ୍ରକାର ଭୟାନକ ପରିସ୍ଥିତି ମଧ୍ୟରେ ଓଡିଶା ରାଜ୍ୟ ସରକାର ଲୋକଙ୍କ ସେହି ଦୁର୍ବଳ ପରିସ୍ଥିତିର ସୁଯୋଗ ନେଇ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ମହାନଗର ନିଗମରେ କୌଣସି କାଉନସିଲ ମଞ୍ଜୁରୀ ନଥାଇ ଘର ଟିକସକୁ ବହୁ ଗୁଣରେ ବୃଦ୍ଧି କରି ସମସ୍ତ ପ୍ରକାର ନୀତି ନୈତିକତା ମାନବିକତାକୁ ଧ୍ୱଂସ କଲେ ଏହି ଜନ ବିରୋଧୀ ନୀତିକୁ ଦୃଢ଼ ବିରୋଧ ଫଳରେ କଟକ, ଭୁବନେଶ୍ୱରରେ ଏହି ବର୍ଦ୍ଧିତ ଘର ଟିକସକୁ ବାତିଲ କରାଗଲା, କିନ୍ତୁ ବ୍ରହ୍ମପୁରବାସୀଙ୍କ ଉପରେ ଏହି ବର୍ଦ୍ଧିତ ଘର ଟିକସକୁ ବଳବତ୍ତର ରଖାଗଲା ଓ ଟିକସ ସଂଗ୍ରହ କରାଗଲା ଏହି ବର୍ଦ୍ଧିତ ଟିକସ ସଂଗ୍ରହକୁ ବାତିଲ ଓ ସଂଗୃହିତ ହୋଇସାରିଥିବା ଟିକସ ରାଶି ଲୋକଙ୍କୁ ଫେରାଇବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ହେଲେ ବି ବ୍ରହ୍ଣପୁରବାସୀଙ୍କ ଠାରୁ ବେଆଇନ ଭାବେ ବର୍ଦ୍ଧିତ ଟିକସ ସଂଗ୍ରହ ଚାଲିଛି, ଯାହାକି ଏକ ଅନ୍ୟାୟ ଓ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ । କାରଣ ତିନୋଟି ମହାନଗର ନିଗମ ପାଇଁ ଯେତେବେଳେ ଏକା ସମୟରେ ଟିକସ ବୃଦ୍ଧି କରାଯାଇଥିଲା, ଏହି ଟିକସ ବୃଦ୍ଧି ନିଷ୍ପତ୍ତିକୁ ବେଆଇନ ଦର୍ଶାଇ ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ତା’ ହେଲେ ବ୍ରହ୍ମପୁରରେ ତାହା ଆଇନତଃ କିପରି ହେଲା ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ପ୍ରଶ୍ନ କରିଛନ୍ତି । ଏଣୁ ଏହି ଟିକସ ସଂଗ୍ରହକୁ ବନ୍ଦ କରି ସଂଗୃହିତ ରାଶି ଲୋକଙ୍କୁ ଫେରାଇବା ପାଇଁ ମହାନଗର ନିଗମ କାଉନସିଲ ମିଟିଂରେ ଦାବୀ ଉଠାଇବା ପାଇଁ ମେୟର ସଂଘମିତ୍ରା ଦଳାଇଙ୍କଠାରେ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି । ସେହିପରି ଦୀର୍ଘ ବର୍ଷରୁ ସରକାର ରାଜୀବ ଆବାସ ନାଁରେ ଖୁବ ପ୍ରଚାର କରୁଥିଲେ ବି ବହୁ ବର୍ଷରୁ ଆବେଦନ କରିଥିବା ଅନେକ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହୋଇଛନ୍ତି । ଅଥଚ କିଛି ଧନୀକ ବ୍ୟକ୍ତି ଓ ରାଜନୈତିକ ପ୍ରଭାବଶାଳି ବ୍ୟକ୍ତି କିଛି ଆବାସକୁ ଅସଦ ଉପାୟରେ ବେଆଇନ ଭାବେ ହାତେଇଛନ୍ତି । ଏଣୁ ତୁରନ୍ତ ପ୍ରକୃତ ହିତାଧିକାରୀମାନଙ୍କୁ ରାଜୀବ ଆବାସ ପ୍ରଦାନ କରାଯିବାକୁ ଦାବୀ ହୋଇଛି ଆମ ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ଦିଆଯାଉଥିବା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍‌ ଆମ ରାଜ୍ୟରେ ଦିଆଯାଉଥିବା ମାସିକ ୫୦୦ ଦ୍ୱାରା ବର୍ତମାନର ଦରଦାମ ଓ ସ୍ୱାସ୍ଥ୍ୟ ଚିକିତ୍ସା ସମ୍ବନ୍ଧୀୟ ଆଦି ଜରୁରୀ ଆବଶ୍ୟକତା ପାଇଁ କୌଣସି ମାତ୍ରାରେ ପର୍ଯ୍ୟାପ୍ତ ନୁହଁ । ଏଣୁ ମାସିକ ୫୦୦ ପରିବର୍ତ୍ତେ ୫୦୦୦ ଭତ୍ତା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । ଏତଦ୍‌ ସହ ଚଳିତ ବର୍ଷର ବର୍ଷା ଋତୁ ପୂର୍ବରୁ ସମସ୍ତ ସାହି ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା, ପ୍ରତ୍ୟେକ ୱାର୍ଡରେ ପାଠାଗାର ନିର୍ମାଣ, ଖୋଡାସିଙ୍ଗି ଅଲେଖ ନଗର ସ୍ଥିତ ଶିଶୁ ଉଦ୍ୟାନ ସମେତ ଭଗ୍ନ ଅବସ୍ଥାରେ ଥିବା ପାର୍କ, ଶିଶୁ ଉଦ୍ୟାନ ଓ ସହରରେ ଥିବା ପୋଖରୀ ଗୁଡିକର ପୁନଃ ଉଦ୍ଧାର ଆଦି ଛଅ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଘଣ୍ଟ ବିକ୍ଷେରଭରେ ମାନବବାଦୀ ହେତୁବାଦୀ ସଂଗଠନର ଇ. ତେଜେଶ୍ୱର ରାଓ, ସମାଜସେବୀ ମନୋଜ ତରାଇ ଓ ଯୁବନେତା ହୃଷିକେଶ ପାତ୍ର, ଋଷିକୂଲ୍ୟା ରୟତ ମହାସଭାର ବିଜୟ ସ୍ୱାଇଁ, ବଂଶୀଧର ଭୂୟାଁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବି. ସ୍ୱରାଜ୍ୟ ସୁବୁଦ୍ଧି, ମାଗୁଣି ନାହାକ, ଭାସ୍କର ଚନ୍ଦ୍ର ସାହୁ, ଏସ. ସମ୍ବଶିବା ରାଓ, ସୁରେନ୍ଦ୍ର ନାଥ ପଣ୍ଡା, ଆର. ସତ୍ୟ ନାରାୟଣ ରାଓ, କବିରାଜ ସାହୁ, ସୁବାସ ଚନ୍ଦ୍ର ମିଶ୍ର, ଗଗନ ଚନ୍ଦ୍ର ମଲ୍ଲିକ, ଏ.ସୁରେଶ, ଏମ.ଭେଙ୍କଟରାମଣା, ବି. ରାମବାବୁ, କେ. ମୋହନ ରାଓ ସୁବୁଦ୍ଧି, ଜେ. ଏସ୍‌. ରାଓ, କବିରାଜ ସେଠୀ, ରାମଚନ୍ଦ୍ର ବେହେରା, ଦିବାକର ପାତ୍ର, ଶିବ ସୁନ୍ଦର ରଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.