oom

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କଥା ସାହିତ୍ୟ ବିଶ୍ୱସ୍ତରୀୟ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ୟାସ କବି ଫକୀର ମହୋନ ସେନାପତିଙ୍କ କଥା ସାହିତ୍ୟ ସର୍ବ ଭାରତୀୟ ସ୍ତରରେ ସୀମିତ ନୁହଁ ବରଂ ତାଙ୍କ ସାହିତ୍ୟ କୃତି ବିଶ୍ୱସ୍ତରୀୟ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ବ୍ୟାସକବିଙ୍କ ୧୭୯ତମ ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବର୍ଷିଆନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟାସକବିଙ୍କ ଅନବଦ୍ୟ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ କଥା ସାହିତ୍ୟ ବିଶ୍ୱସ୍ତରର ତେଣୁ ତାଙ୍କର ଶ୍ରେଷ୍ଠ କୃତି “ଛମାଣ ଆଠଗୁଣ୍ଠ’ ଉପନ୍ୟାସ ଇଂରାଜୀ ଭାଷାରେ ଅନୁଦିତ ହେଲେ ତାହା ସମଗ୍ର ବିଶ୍ୱରେ ଆଦୃତ ହୋଇପାରିବ । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡ଼.ଡ଼ମ୍ବରୁ ଧର ସାହୁ ଆଲୋଚନାରେ ଅଂଶଗ୍ରହଣ କରି ଫକୀର ମୋହନ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବୋଲି କହିଥିଲେ । ଏଥିରେ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ ରଂଜନ କୁମାର ସାହୁ, ସାହିତ୍ୟିକ ସୁଶାନ୍ତ କର, କବି ବି.ସତ୍ୟମ ଆଚରୀ, ସାମ୍ବାଦିକ ପବିତ୍ର ଚୌଧୁରୀ, ସମାଜସେବୀ ଅଶୋକ କୁମାର ସାହୁ, ଇଂ. ଉପେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ପ୍ରଶାନ୍ତ କୁମାର ମହାପାତ୍ର, ଜ୍ୟୋତ୍ସ୍ନା ମହାନ୍ତି, ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.