om academy

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବ୍ୟାପକ କରୋନା ଟେଷ୍ଟିଂ ୨୭ ଅକ୍ଟୋବରରୁ ୩ ନଭେମ୍ବର ଯାଏଁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବ୍ୟାପକ ଭାବେ କରୋନା ଟେଷ୍ଟିଂ ଆସନ୍ତା ୨୭ ଅକ୍ଟୋବରରୁ ୩ ନଭେମ୍ବର ଯାଏଁ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ରାସ୍ତାକଡ଼ରେ ବେପାର କରୁଥିବା ଦୋକାନୀ, ସଂପୃକ୍ତ ଅଂଚଳର ବସ୍ତି ବାସିନ୍ଦା ତଥା ହାଉସିଂ କଲୋନୀ ଗୁଡ଼ିକରେ ପୂର୍ବ ଭଳି ଏହି ଟେଷ୍ଟିଂ ହେବ । ଏ ସଂକ୍ରାନ୍ତରେ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି । ୨୭ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ କଲେକ୍‌ଟୋରିଏଟ୍‌ରୁ ଭାଗିରଥୀ ଛକ ପର୍ଯ୍ୟନ୍ତ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ପ୍ରାଇଭେଟ୍‌ ବସ୍‌ଷ୍ଟେଣ୍ଡରେ କୋଭିଡ୍‌ ଟେଷ୍ଟ ହେବ ଏବଂ ଏହାର ଦାୟିତ୍ୱରେ ରହିବେ ପ୍ରଶାନ୍ତ ପ୍ରଧାନ (ମୋ ନଂ.୮୩୩୮୯୯୬୬୨୯), ଶୁଭଦ୍ରା ସାହୁ (ମୋ.ନଂ.୮୭୬୩୧୯୦୩୭୧) ଓ ରୀତା ମିଶ୍ର (ମୋ.ନଂ.୮୦୧୦୬୬୦୬୬୧) । ୨୮ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିର ଛକରୁ ବିକ୍ରମ ଛକ ପର୍ଯ୍ୟନ୍ତ ରହୁଥିବା ଲୋକଙ୍କ ପାଇଁ ଆୟୁର୍ବେଦିକ ହସ୍‌ପିଟାଲ୍‌ରେ କୋଭିଡ଼୍‌ ପରୀକ୍ଷଣ ହେବ ଏବଂ ଏହାର ଦାୟିତ୍ୱରେ ରହିବେ ପ୍ରତିମା ସିଂହ, ସୁଜାତା ବାରିକ (୭୬୦୫୯୯୮୩୨୫) ଓ ଆର୍ତ୍ତତ୍ରାଣ ସାହୁ (୯୪୩୯୦୨୯୩୨୧) ।

୨୯ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଭାଗିରଥୀ ଛକରୁ କୋଶଲ ଛକ ଏବଂ ପିଏଣ୍ଡଟି କଲୋନୀର ଲୋକଙ୍କ ପାଇଁ ପିଏଣ୍ଡଟି କଲୋନୀ, ପେଲେସ ଲାଇନ୍‌ରେ ଟେଷ୍ଟିଂ ହେବ ଏବଂ ଏହାର ଦାୟିତ୍ୱ ନେବେ ବୁଧୁରାମ ତାଣ୍ଡି (୯୪୩୯୫୨୨୭୭୮), ବିଜେଶ୍ୱରୀ ମହାପାତ୍ର, ଜୟନ୍ତୀ ସେଠ (ମୋ.ନଂ.୮୯୧୭୩୦୧୬୯୩) । ୩୦ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଠିକାଦାରପଡ଼ା ଛକରୁ ଶାନ୍ତିପଡ଼ା ଛକ ପର୍ଯ୍ୟନ୍ତ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ରାଜେନ୍ଦ୍ର କଲେଜ ଛକ କଲ୍ୟାଣ ମଣ୍ଡପରେ କୋଭିଡ୍‌ ପରୀକ୍ଷଣ କରାଯିବ ଏବଂ ଏହାର ଦାୟିତ୍ୱ ନେବେ ରଙ୍କଜ ସାହୁ (ମୋ.ନଂ.୯୭୭୭୧୧୨୦୮୧), ସବିତା ମୁଣ୍ଡ (ମୋ.ନଂ.୯୩୪୮୬୫୬୯୮୯), ତରୁଲତା ବାରିକ (୮୯୧୭୬୬୯୦୯୫) । ୩୧ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ପାଟଣା ଛକରୁ ଗାନ୍ଧୀନଗର ଛକ ପର୍ଯ୍ୟନ୍ତ ବସବାସ କରୁଥିବା ଲୋକଙ୍କ ପାଇଁ ଶିବମନ୍ଦିର ପାଖ କଲ୍ୟାଣ ମଣ୍ଡପରେ ପରୀକ୍ଷଣ ହେବ ଏବଂ ଏହାର ଦାୟିତ୍ୱ ନେଇଛନ୍ତି ବାସୁଦେବ ବିଭାର (ମୋ.ନଂ.୬୩୭୦୮୦୩୪୩୦), ପ୍ରତିମା ମିଶ୍ର (ମୋ.ନଂ.୯୯୩୭୯୧୬୨୦୧) ଓ ସରସ୍ୱତୀ ସ୍ୱାଇଁ । ୧ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ବିକ୍ରମ ଛକରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ହରିହର କଲ୍ୟାଣ ମଣ୍ଡପରେ ଟେଷ୍ଟିଂ ହେବ ଏବଂ ଏହାର ଦାୟିତ୍ୱ ୍ରଗ୍ରହଣ କରିବେ ଦେବରାଜ ମୁଗ୍ରୀ (ମୋ.ନଂ.୭୦୭୭୪୮୪୮୯୩), ମାଧୁରୀ ସ୍ୱାଇଁ (ମୋ.ନଂ.୬୩୭୨୭୧୯୧୮୧), ଲଳିତା ଓରାମ (୭୩୨୫୮୧୪୮୬୩) । ୨ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ବଲାଙ୍ଗିର କଚେରୀ ଅଫିସ ଅଂଚଳ (ସମସ୍ତ ଆଇନଜୀବୀ, ମ୍ୟୁନିସିପାଲିଟି କର୍ମଚାରୀ, ଷ୍ଟାମ୍ପ ଭେଣ୍ଡର, ଡିଡ଼୍‌ ରାଇଟର୍‌) ଏବଂ ଆଖପାଖ ଅଂଚଳର ଜନସାଧାରଣଙ୍କ ପାଇଁ ତହସିଲ ଅଫିସ୍‌ କ୍ୟାମ୍ପସ୍‌ରେ କରୋନା ଟେଷ୍ଟ ହେବ ଏବଂ ଏହାର ଦାୟିତ୍ୱ ନେବେ ପ୍ରଶାନ୍ତ ପ୍ରଧାନ (ମୋ ନଂ.୮୩୩୮୯୯୬୬୨୯), ଶୁଭଦ୍ରା ସାହୁ (ମୋ.ନଂ.୮୭୬୩୧୯୦୩୭୧) ଓ ୀତା ମିଶ୍ର (ମୋ.ନଂ.୮୦୧୦୬୬୦୬୬୧) । ସେହିପରି ୩ ତାରିଖ ଦିନ ୯ଟାରୁ ୧ଟା ଯାଏଁ ପେଲେସ୍‌ ଲାଇନ୍‌ ଛକରୁ ଆର୍‌ଟିଓ ଛକ ଯାଏଁ ବସବାସ କରୁଥିବା ଲୋକଙ୍କ ପାଇଁ ଶାସ୍ତ୍ରୀନଗର ୟୁପିଏଚ୍‌ସି.ରେ ପରୀକ୍ଷଣ ବ୍ୟବସ୍ଥା କରାଯିବ ଏବଂ ଏହାର ଦାୟିତ୍ୱ ଗ୍ରହଣ କରିବେ ସୁଦର୍ଶନ ଦୀପ (ମୋ.ନଂ.୯୫୫୬୮୦୫୦୦୯), କଳ୍ପନା ବିଭାର (ମୋ.ନଂ.୭୫୦୪୯୪୧୪୮୨) ଓ ରଂଜିତା ବାଗ (୬୩୭୨୬୩୯୫୧୦) । ତେବେ ଏହି ବ୍ୟାପକ କରୋନା ଟେଷ୍ଟିଂ କାର୍ଯ୍ୟକ୍ରମରେ ସହରବାସୀ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.