lika

କର୍‌ଡିରୁ ଶହେ ପ୍ରକାରର ବ୍ୟଞ୍ଜନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଦେଶ ବିଦେଶରେ ବି କର୍‌ଡିର ଅନେକ ଚାହିଦା ରହିଛି । କର୍‌ଡିରେ ପ୍ରସ୍ତୁତ ବ୍ୟଞ୍ଜନ ହେଲେ ଭାତ ଆପେ ଆପେ ପେଟକୁ ଚାଲିଯାଏ । କର୍‌ଡି ଲେଥା ହେଉକି କର୍‌ଡି ପିଠା । ଏମିତି ହାତ ଗଣତି ବ୍ୟଞ୍ଜନ ଜାଣିଥିବେ ଲୋକେ । କିନ୍ତୁ ଏହି କର୍‌ଡିରୁ ଶହେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଇପାରିବ ତାହା ଆଶ୍ଚର୍ଯ୍ୟଜନକ । କିନ୍ତୁ ଏହାକୁ ସତସତିକା ରୂପ ଦେଇଛନ୍ତି ବଲାଙ୍ଗିରରେ ଥିବା ରାଜ୍ୟ ସରକାରଙ୍କ ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର(ଏସ୍‌ଆଇଏଚ୍‌ଏମ୍‌) ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ କର୍‌ଡିରେ ପ୍ରସ୍ତୁତ ବ୍ୟଞ୍ଜନ ମଙ୍ଗଳବାର ଏସ୍‌ଆଇଏଚ୍‌ଏମ୍‌ରେ ପ୍ରଦର୍ଶିତ ହୋଇଥିଲା ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଉପସ୍ଥିତ ସମସ୍ତେ । ଏଭଳି ବି ହୋଇପାରେ ବୋଲି ମତ ଦେଇଥିଲେ । କର୍‌ଡି ଖଟା, କର୍‌ଡି ଆଳୁ ପିଠା, କର୍‌ଡି ତରକାରୀ, କର୍‌ଡି ମିଠା ଭଳି ଭଳିକି ଭଳିକି ବ୍ୟଞ୍ଚନ ଟେବୁଲ୍‌ରେ ରଖାଯାଇଥିଲା । ସ୍ୱତନ୍ତ୍ର ନାଁ ବି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିଲେ । ପଦ୍ମଶ୍ରୀ ଶ୍ରୀ ନାଗ କହିଥିଲେ ଯେ, ଆମେ ଜାଣିବା ଅନୁସାରେ କର୍‌ଡିରେ ପ୍ରାୟ ୧୦ ପ୍ରକାର ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରେ । କିନ୍ତୁ କର୍‌ଡିକୁ ନେଇ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯିବା ତାଙ୍କୁ ଚକି୍‌ତ କରିଛି । ଏହି ମର୍ମରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ମୁଦ୍ରାରେ ଗୀତଟିଏ ଗାଇଥିଲେ । ‘ଷାଠିଏ ପଉଟି ଭୋଗ ଖାଇ ଖାଇ ଲାଗୁଥିବା ତମ୍‌କୁ ଚିଠାଟ୍ଟ ଚାଖି ଦେଖ୍‌ବ ଥରେ କର୍‌ଡି, ହେଣ୍ଡୁଆ ଲାଗୁଛେ ଯେ କେନ୍ତା ମିଠାଟ୍ଟବଡ ଦେଉଲ୍‌କେ ନିଉତି ଯାଏଁତିଟ୍ଟଆଏତ ହେଲେ ଦୁଇ ଭାଇଟ୍ଟ୧୨ ମାସ ତମର୍‌ ୧୩ଟା ତିହାର୍‌ ଆମର୍‌ ତିହାର ନୂଆଁଖାଇ ହୋଟ୍ଟ ଆମର ତିହାର୍‌ ନୂଆଁଖାଇ’ ।

ସେହିପରି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କର୍‌ଡି ସାଧାରଣ ଲୋକଙ୍କ ଖାଦ୍ୟ ବୋଲି କୁହାଯାଏ । କିନ୍ତୁ କର୍‌ଡିରେ ଏତେ ପ୍ରକାର ଖାଦ୍ୟ ବ୍ୟଞ୍ଜନ ହୋଇପାରିବ ତାହା ଧାରଣା ନଥିଲା । ଧନୀ ଲୋକମାନେ ଖାଦ୍ୟ ସଉକିଆ । ତେବେ କର୍‌ଡିରେ ପ୍ରସ୍ତୁତ ଖାଦ୍ୟ ସେମାନଙ୍କୁ ବି ଆକର୍ଷିତ କରିବ । ସବୁ ବର୍ଗର ଲୋକେ କର୍‌ଡି ଖାଇପାରିବେ ବୋଲି ଏହି କାର୍ଯ୍ୟକ୍ରମ ଦେଖିବା ପରେ ବିଶ୍ୱାସ ବଢିଛି । କର୍‌ଡିକୁ ନେଇ ଭଲ ପ୍ରଚାର ପ୍ରସାର କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ମତ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କର୍‌ଡିର ପ୍ରଚାର ପ୍ରସାର ଓ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରେ ତାହା ଜଣାଇବା ପାଇଁ ଏଭଳି ଏକ ପଦକ୍ଷେପ ଏସ୍‌ଆଇଏଚଏମ୍‌ ପକ୍ଷରୁ ନିଆଯାଇଥିଲା କଲେଜର ଅଧ୍ୟକ୍ଷ ସୁରେଶ ଏକନାଥ ମତ ଦେଇଛନ୍ତି । ସେହିପରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ବିଚାରକ ଭାବେ ଯୋଗ ଦେଇଥିବା ବରିଷ୍ଠ ଏଡଭୋକେଟ(ହାଇଦ୍ରାବାଦ) ଜିଭିଆର୍‌ ଏସ୍‌ଏସ୍‌ ଭରାପ୍ରସାଦ ଏଭଳି ଆୟୋଜନକୁ ଅନେକ ପ୍ରଶଂସା କରିଥିଲେ । ବାଉଁଶ ଗଜା(କର୍‌ଡି)ରୁ ଖାଦ୍ୟ ବ୍ୟଞ୍ଜନର ଆୟୋଜନ କଳ୍ପନା ବାହାରେ ବୋଲି ବିଚାରକ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ଶ୍ରୀ ଏକନାଥ, ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

babaa
Leave A Reply

Your email address will not be published.