ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୯ରେ “ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ” ପାଳନ କରାଯାଏ । ମହାବଳ ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ ଅଟେ । ବାଘମାନଙ୍କ ପାଇଁ ଏକ ନିରାପଦ ଏବଂ ସମୃଦ୍ଧ ବାସସ୍ଥାନ ଅର୍ଥ ହେଉଛି ଯେ, ଆମେ ଅନ୍ୟ ପ୍ରାଣୀ, ଉଦ୍ଭିଦ ଏବଂ ଜଙ୍ଗଲକୁ ମଧ୍ୟ ସଂରକ୍ଷଣ କରୁ । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଆମେ ଏଭଳି ପଦକ୍ଷେପ ବିଷୟରେ ଚିନ୍ତା କରିପାରିବା ଯାହା ଫଳରେ ମଣିଷ ଏବଂ ବାଘ ଉଭୟ ଶାନ୍ତିରେ ଏକାଠି ରହିପାରିବେ । ୨୦୧୦ରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପ୍ରଥମେ ପାଳନ କରାଯାଇଥିଲା ଯେତେବେଳେ ଜଣାପଡିଲା ଯେ, ଗତ ଶତାବ୍ଦୀରେ ସମସ୍ତ ଜଙ୍ଗଲି ବାଘର ୯୭% ଅଦୃଶ୍ୟ ହୋଇଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦୦୦ ବାକି ରହିଥିଲେ । ପ୍ରାକୃତିକ ଆବାସ ହ୍ରାସ, ଜଳବାୟୁ ପରିବର୍ତ୍ତନ, ଶିକାର ଏବଂ ବିଭିନ୍ନ ଉପାୟରେ ସେମାନଙ୍କର ହତ୍ୟା ଭଳି ଅନେକ କାରଣ ବାଘ ସଂଖ୍ୟା ହ୍ରାସ ପାଇଁ ଦାୟୀ । ବିଶେଷଜ୍ଞମାନଙ୍କ ମତରେ ବାଘମାନଙ୍କ ମଧ୍ୟରେ ଜେନେଟିକ ବା ଜିନୀୟ ବିବିଧତାର ଅଭାବ ଏକ ଚିନ୍ତାଜନକ ବିଷୟ । ଭାରତରେ ବିଶ୍ଵର ୭୦% ବାଘ ଅଛନ୍ତି । ବାଘ ବଂଶର ବିଲୁପ୍ତିକୁ କିଭଳି ରୋକା ଯାଇ ପାରିବ, ଜୈବ ବିବଧତା ସରଂକ୍ଷଣ ଓ ସୁରକ୍ଷା, ପରିବେଶ ସନ୍ତୁଳନ ସୁରକ୍ଷା ସେ ବିଷୟରେ ସଚେତନତା ସୃଷ୍ଟି କରିବା ନେଇ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ୨୦୨୩ ପାଳନ କରିବା ପାଇଁ ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.