ବୁଥ୍ ମୁହାଁ ପୋଲିଂ କର୍ମଚାରୀ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ପୋଲିଂ ଅଧିକାରୀ ଓ ପୋଲିସ କାରୀମାନେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍‌ ମେଶିନ୍‌ଗୁଡ଼ିକ ପ୍ରଦାନ କରାଯାଇଛି । ସେମାନେ ଇଭିଏମ୍‌ ନେଇ ବୁଥ୍‌କୁ ଯାଉଥିବା ଶନିବାର ରାତ୍ର ସୁଦ୍ଧା ଦେଖିବାକୁ ମିଳିଛି । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଡ. ମାଲେଶ୍ଵର ପାତ୍ରଙ୍କ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାର ମୋଟ୍ ୫ ଲକ୍ଷ ୬୮ ହଜାର ୯୬୧ ଜଣ ଭୋଟର ଆସନ୍ତା ୨୦ ତାରିଖରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୪ ହଜାର ୮୩୮ ଜଣ ପୁରୁଷ, ୨ ଲକ୍ଷ ୯୪ ହଜାର ୫୦ ଜଣ ମହିଳା ଏବଂ ୭୩ ଜଣ କିନ୍ନର କିନ୍ନର ମତଦାନ କରିବେ । ଜିଲ୍ଲାରେ ସମୁଦାୟ ଭିନ୍ନକ୍ଷମ ଭୋଟର ସଂଖ୍ୟା ୧୧ ହଜାର ୨୪୮ ଜଣ ବୋଲି ଜଣାପଡିଥିବାବେଳେ, ୧୪ ହଜାର ୩୩୦ ଜଣ ଯୁବ ଭୋଟର ଅଛନ୍ତି । ଜିଲ୍ଲାର ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୨-ବାଲିଗୁଡ଼ା (ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୧୭୮, ୮୩ ଘୁ. ଉଦୟଗିରି (ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୫୩ ଏବଂ ୮୪-ଫୁଲବାଣୀ (ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୩୦ ବୋଲି ଜଣାପଡ଼ିଛି । ନିର୍ବାଚନ କାର୍ଯ୍ୟର ସୁପରିଚାଳନା ପାଇଁ ସମୁଦାୟ ୩ ହଜାର ୯୬୬ ଜଣ ପୋଲିଂ ଅଧିକାରୀ ମୁତୟନ ହୋଇଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୱେବ୍ କାଷ୍ଟିଙ୍ଗ ପାଇଁ ୩୯୫ ଟି ବୁଥ୍ ପ୍ରସ୍ତୁତ କରାଯାଇଛି ଓ କେତେକ ବୁଥ୍‌ରେ ମାଇକ୍ରୋ ଅବ୍‌ଜର୍‌ଭର୍‌ ଏବଂ ୮୬ ଜଣ ସେକ୍ଟର ମାଜିଷ୍ଟ୍ରେଟ୍‌ଙ୍କୁ ମଧ୍ୟ ମୁତୟନ କରାଯାଇଛି । ଫୁଲବାଣୀ ଲୋକସଭା ଅନ୍ତର୍ଗତ ବିଧାନସଭା ପାଇଁ ଶନିବାର ରାତ୍ର ସୁଦ୍ଧା ପୋଲିଂ ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହୃତ ଇଭିଏମ୍‌ ମେଶିନ୍‌ ଗୁଡ଼ିକ ପ୍ରଦାନ କରାଯାଇଛି । ସେମାନେ ଇଭିଏମ୍‌ ନେଇ ବୁଥ୍‌ରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନ ୫ଟାରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍ ଠାରୁ ୨୦୦ ମିଟର ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ୧୪୪ ଧାରା ଜାରି କରିଛନ୍ତି । ପୋଲିଂ ଅଧିକାରୀ, ପୋଲିସ୍ ଓ ଭୋଟରଙ୍କ ବ୍ୟତିତ ଅନ୍ୟମାନେ ସେହି ଅଞ୍ଚଳ ମଧ୍ୟରେ ଏକାଠି ହୋଇପାରିବେ ନାହି । ନିର୍ବାଚନ ପାଇଁ ମୁତାୟନ ପ୍ରିଜାଇଡିଙ୍ଗ ଓ ପୁଲିଙ୍ଗ ଅଧିକାରୀ ମାନଙ୍କୁ ମତଦାନ କେନ୍ଦ୍ରରେ ପହଞ୍ଚାଇବା ଏବଂ ନିର୍ବାଚନ ପରିଚାଳନା ସମ୍ପର୍କୀତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ୪୪୦ଟି ବୋଲର୍‌ ଓ ୧୭୫ ଗୋଟି ବସ୍ ବ୍ୟବସ୍ଥା କରାଯାଇଥିବା କଥା ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଜଣାଇଛନ୍ତି । ପ୍ରତି ମତଦାନ କେନ୍ଦ୍ରକୁ ହ୍ୱୁଲ୍‌ ଚେୟାର୍‌ ଯୋଗାଇ ଦିଆଯାଇଛି । ଭିନ୍ନକ୍ଷମ ଭୋଟର ମାନଙ୍କୁ ସହଯୋଗ କରିବା ପାଇଁ ସ୍ଵେଚ୍ଛାସେବୀ ମୁତୟନ କରାଯାଇଛି । ୮୨-ବାଲିଗୁଡ଼ା (ସଂ) ନିର୍ବାଚନ ମଣ୍ଡଳୀର ୧୫ ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୩୦ରୁ ୪୪ରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ । ସେହିପରି, ୮୩-ଘୁ. ଉଦୟଗିରି (ସଂ) ନିର୍ବାଚନ ମଣ୍ଡଳୀର ୦୮ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୬୫ରୁ ୭୧ ଓ ୭୧(ଏ)ରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ଏବଂ ୮୪-ଫୁଲବାଣୀ (ସଂ) ନିର୍ବାଚନ ମଣ୍ଡଳୀର ୨୩ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୯୮ରୁ ୧୨୦ରେ ସକାଳ ୭ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.