ଯାତ୍ରୀବାହୀ ବସ୍‌ ଓଲଟିଲା : ୪ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୋୖଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଯାତ୍ରୀବାହୀ ବସ ଓଲଟିବାରୁ ଏଥିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି ଭୋର ସକାଳୁ ମୁନଲାଇଟ ନାମକ ଏକ ଯାତ୍ରୀବାହୀ ବସ୍ (ଓଡି୦୨ବିଜେ୮୯୪୩) ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଖୁଣ୍ଟବନ୍ଧ ନିକଟରେ ଥିବା ଏକ ଇଲେକ୍ଟ୍ରି ପୋଲ ଠାରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣ ଆହତ ହୋଇଥିବା ବେଳେ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତି ଯାଇଥିଲେ ।

ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅନ୍ୟଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡ଼ିଛି । ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.