ନିଜ ଗୋଡରେ ଠିଆ ହେଲେ କିନ୍ନର : ବସ୍‌ କଣ୍ଡକ୍ଟର୍‌ ହେଲେ ୨ ଜଣ

ଭୁବନେଶ୍ୱର : ନିଜ ଗୋଡରେ ଠିଆ ହୋଇ ୨ କିନ୍ନର ଉଦାହରଣ ପାଲଟିଛନ୍ତି । କିନ୍ନର ସୁର୍‌ମୟୀ ଦାସ ଏବଂ ୱାସିମ୍‌ ଅହେମ୍ମଦ ବସ୍‌ କଣ୍ଡକ୍ଟର୍‌ ଭାବେ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ସଫଳତା ପାଇଁ ଦୁହେଁ ମୀରା ପରିଡା ଓ ମେଘନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨ଜଣ ସପ୍ତାହେ ହେବ ମୋ’ ବସ୍‌ରେ କଣ୍ଡକ୍ଟର ଭାବେ ତାଲିମ ନେବା ପରେ ଗତକାଲି ବସ୍‌ କଣ୍ଡକ୍ଟର୍‌ ଭାବେ ଚାକିରିରେ ଯୋଗ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା ହାତକୁ ନିଆଯାଇଥିବା ବେଳେ ସରକାରଙ୍କ ପଦକ୍ଷେପକୁ ନେଇ କିନ୍ନର ଜଗତରେ ଉତ୍ସାହ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.