oom

ଓଲଟିଲା ମା’ ସମଲେଇ ବସ

jsmm

ଢେଙ୍କାନାଳ ସଦର, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ବନସିଂହ ନିକଟସ୍ଥ ମା’ ପାଟରାଣୀଙ୍କ ମନ୍ଦିର ନିକଟରେ ବଣସିଂହରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଓଆର୍‌୦୬ଏଫ୧୬୦୫ ନମ୍ବର ବିଶିଷ୍ଟ ମା’ ସମଲେଇ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବଣସିଂହରୁ ୨ଟା ୩୦ମିନଟରେ ଢେଙ୍କାନାଳ ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ମାତ୍ରାଧିକ ଯାତ୍ରୀଙ୍କ ପାଇଁ ମା’ ପାଟରାଣୀଙ୍କ ମନ୍ଦିର ପାଖରେ ଓଲଟିପଡି ଦୁର୍ଘଟଣା ଗ୍ରସ୍ତ ହୋଇପଡିଥିବା ବେଳେ ୩୦ଜଣରୁ ଅଧିକ ଯାତ୍ରୀ ଏବଂ ଛାତ୍ର ଛାତ୍ରୀ ଆହତ ହୋଇ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାତରିତ କରାଯାଇଛି । ଗାଡିର ଚାଳକ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.