ପଦ୍ମପୁର ପୋଲିସର ବଡ ସଫଳତା : ଚୋରା ନିଶା କାରବାର ବ୍ୟବସାୟ ବେଳେ ଧରିଲା ବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୯ ତାରିଖ ଦିନ ସକାଳୁ ଭୁବନେଶ୍ୱରଠାରୁ ପଦ୍ମପୁରକୁ ଆସୁଥିବା ଜୟ ଭୋଲେ ବସ ନଂ- ଓଡ଼ି ୩୧-କେ-୯୦୯୯ରେ ନିଶା ସାମଗ୍ରୀ ନେଉଥିବା ବିଷୟରେ ପଦ୍ମପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ସ୍ଥିତ କୃଷ୍ଣାପଡା ଛକଠାରେ ବସକୁ ଅଟକାଇ ବସ ଭିତରେ ଖୋଜା ଖୋଜି କରିଥିଲା । ଖୋଜା ଖୋଜି କରିବା ସମୟରେ ବସ ଭିତରୁ ୧୫୦୦ ଇଂଜେକ୍ସନ ଜବତ କରିବା ସହ ପଚରାଉଚୁରା ପାଇଁ ବସର ହେଲପରଙ୍କୁ ପଦ୍ମପୁର ଥାନାକୁ ଆଣିଥିଲା । ବସର ହେଲପରଙ୍କୁ ପଚାରିବାରୁ ସେ ସ୍ୱିକାର ମଧ୍ୟ କରିଛି ଯେ, ସେ ପ୍ରାୟ ସମୟ ଏହି ବସରେ ବହୁ ଦିନରୁ ଏହି କାରବାର କରି ଆସୁଛି । ବର୍ତ୍ତମାନ ଉକ୍ତ ବସଟି ପଦ୍ମପୁର ଥାନାରେ ଅଟକ ଥିବା ବେଳେ ବସର ହେଲପର ବଳଭଦ୍ର ଗୋଚ୍ଛିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.