jayashree

ପଡିଲାନି ମୋ ବସ୍‌

ବଣାଇ, (ହବିବ ମହମ୍ମଦ) : ସରକାର ବଡ଼ ଧୁମ୍‌ଧାମ୍‌ରେ ମୋ ବସ ଯୋଜନା ଚାଲୁ କରିଥିଲେ । ଲୋକେ ସହଜରେ ମୋ ବସ ଯୋଗେ ଯାତାୟାତ କରିପାରିବେ ବୋଲି । ହେଲେ ବିଡମ୍ବନାର ବିଷୟ ଆଜି ସନ୍ଧ୍ୟାରେ ବଣାଇରୁ ରାଉରକେଲାକୁ ଯାତାୟାତ କରୁଥିବା ମୋ ବସ ଆଉ ଷ୍ଟାର୍ଟ ହେଲାନି । ଶେଷରେ ବସ୍‌ ଯୋଗେ ଦୂର ରାଉରକେଲାକୁ ଯିବା ପାଇଁ ଅପେକ୍ଷାରତ ଲୋକେ ବସଟିକୁ ପେଲି ପେଲି ନୟାନ୍ତ ହେଲେ କିନ୍ତୁ ତା’ପରେ ମଧ୍ୟ ବସଟି ଚାଲିଲା ନାହିିଁ । ଏପରି ଶୀତ ରାତିରେ କିଏ କେଉଁଠିକୁ ଯିବେ ତାହା ଏବେ ଚିନ୍ତା ର ବିଷୟ ପାଲଟିଛି । ବସ୍‌ଗୁଡିକର ଦୁର୍ଗତି ପାଇଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କର୍ତୃପକ୍ଷ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.