
ସୋର : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ୍ ଓଲଟିପଡ଼ି ୩୦ରୁ ଅଧିକ ଯାତ୍ରୀ ଆହାତ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଓ ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବସ୍ଟି ସମସ୍ତ ତୀର୍ଥଯାତ୍ରୀଙ୍କୁ ଧରି ଚବିଶ ପ୍ରଗଣାରୁ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିଲା । ଯିବା ସମୟରେ ମମତାଜ ନାମକ ଏହି ବସ୍ଟି ଓଲଟି ପଡିଥିଲା । ଡବ୍ଲୁ ୫୭ଇ୦୭୮୬ ମମତାଜ୍ ନାମକ ଘରୋଇ ବସ୍ଟି ପଶ୍ଚିମବଙ୍ଗ ଚବିଶ ପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ବସ୍ରେ ଶହେରୁ ଅଧିକ ତ୍ରୀର୍ଥଯାତ୍ରୀ ଥିଲେ । ଖବର ପାଇ ଆହତ ଯାତ୍ରୀଙ୍କୁ ସୋର ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ୪ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ ହେଲପିଂ ହେଣ୍ଡ ସ୍ୱେଚ୍ଛାସେବୀ ସଂଗଠନ, ପୁଲିସ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।