ମାଲକାନଗିରି : ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମସ୍ତ ମୃତକ ଓଡ଼ିଶାର ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ମୃତକଙ୍କ ନାମ ଓ ଠିକଣା ହସ୍ତଗତ ହୋଇନାହିଁ ।
ସୂଚନା ଅନୁଯାୟୀ, ଜୟଓ୍ୱାଡ଼ାରୁ ଭବାନୀପାଟଣା ଅଭିମୁଖେ ଏକ ଯାତ୍ରୀବାହୀ ବସ୍ ଆସୁଥିଲା । ବସ୍ଟି ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ବସ୍ରେ ଥିବା ୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ସାଧାରଣଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ସମସ୍ତ ମୃତକ ଓଡ଼ିଶାର ବୋଲି ସୂଚନା ରହିଛି । ହେଲେ ଏବେଯାଏଁ ମୃତକଙ୍କ ନାମ ଓ ଠିକଣା ହସ୍ତଗତ ହୋଇନାହିଁ ।