ଖଇରପାଲିଠାରେ ବୁଣାକାର ସଚେତନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ବସ୍ତ୍ରାଳୟ ତରଫରୁ ପଦ୍ମପୁର ବ୍ଳକ ଖଇରପାଲି ଗ୍ରାମରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସମ୍ବଲପୁର ବସ୍ତ୍ରାଳୟର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ ମୁଖ୍ୟବକ୍ତା ପଦ୍ମପୁର କ୍ଲାସଟର ମୁଖ୍ୟ ବୈଷ୍ଣବ ଦାସ ସମ୍ମାନିତ ଅତିଥି ସୁପରଭାଇଜର ଦୀନବନ୍ଧୁ ନାୟକ ଓ ସୁରେଶ ମେହେର ଯୋଗଦାନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଦ୍ୱାରା ବୁଣାକାରମାନେ କିପରି ଲାଭବାନ ହୋଇ ପାରିବେ ସେ ବିଷୟରେ ବକ୍ତାମାନେ ସୂଚନା ଦେଇଥିଲେ । ଖଇରପାଲି ବନୁପାଲି, ଅଞ୍ଚଳର ବୁଣାକାରମାନେ ଏହି ଶିବିରରେ ଯୋଗଦାନ କରିଥିଲେ । ସଭାକୁ ଖଇରପାଲି ଉତ୍ପାଦନ ଶାଖା ପରିଚାଳକ ଜଗଦୀଶ ଲୁହା ସଭାପତିତ୍ୱ କରିଥିଲେ ଓ ଜମଲା ଉତ୍ପାଦନ ଶାଖା କର୍ମଚାରୀ ଜୟସେନ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । କିଛି ଅନୁଷ୍ଠାନ ଓ ବୁଣାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.