ଘରୁ ବାହାରୁ ବାହାରୁ ପିଟିଦେଲା ବୁଲେଟ୍‌ : ୧ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଘରୁ ବାହାରୁ ବାହାରୁ ପିଟିଦେଲା ବୁଲେଟ୍‌ । ଏମିତି ଏକ ଘଟଣା ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାଟ୍‌ଲିମୁଣ୍ଡା ଗାଁରେ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ମୋଟର ସାଇକେଲ ଧରି ଥିରମନ ଚଂପିଆ(୨୪) ଘରୁ ବାହାରିବା ବେଳେ ରାସ୍ତାରେ ଆସୁଥିବା ଏକ ବୁଲେଟ୍‌ ଆଖି ପିଛୁଳାକେ ତାଙ୍କୁ ଧକ୍କା ଦେଇ ଫେରାର୍‌ ମାରିଛି । ଏଥିରେ ଥିରମନ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ତାଙ୍କୁ ଉଲୁଣ୍ଡା ଡାକ୍ତରଖାନାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.