- ‘ବୃକ୍ଷ ମଣିଷର ସର୍ବପ୍ରଥମ ଓ ସର୍ବଶେଷ ବନ୍ଧୁ’
ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର ୨୨ କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାନପୋଷ ବନାଚଂଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା ଯୋଗ ଦେଇଥିଲେ । ମଣିଷ ଓ ବୃକ୍ଷ ମଧ୍ୟରେ ରହିଥିବା ନିବିଡ଼ତା ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ଗରୁତ୍ୱ ଆରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଆଦିତ୍ୟ କୁମାର ଷଢଙ୍ଗୀ, ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଂଜ ବିହାରୀ ରାଉତ, ଗାନ୍ଧି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ସୁରେନ୍ଦ୍ର କୁମାର ବେହେରା, କବି ହରିହର ବେହରା ଯୋଗ ଦେଇଥିଲେ । ଅତିଥି ଭାବେ ସାନରାମଲୋଇର ପୂର୍ବତନ ପ୍ରଧାନଶିକ୍ଷକ ଅଶୋକ କୁମାର ସାମଲ, ମାନସୀ ଦାସ, ଅଧ୍ୟାପକ ଜିତେନ୍ଦ୍ର ପୃଷ୍ଟି, ପ୍ରଭଂଜନ ମିଶ୍ର, ବିମଲ ମନ୍ତ୍ରୀ ଯୋଗ ଦେଇଥିଲେ । ଅତିଥିମାନେ ବୃକ୍ଷରୋପଣର ଉପକାରିତା ଓ ତାର ଯତ୍ନ କିପରି ନେବେ ତଥା ଏସମ୍ପର୍କରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ସାମଲ, ଯୁଦ୍ଧିଷ୍ଠିର ପଶାୟତ, ରାଧେଶ୍ୟାମ ଚିକ୍, ନରେନ୍ଦ୍ର ମଲ୍ଲିକ ସମେତ ସେକ୍ଟର ୨୨ଏମ୍ପୋଲୋଇଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କ୍ଷୀରୋଦ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।