jayashree

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ୨ ବର୍ଷ ଭିତରେ କ୍ରମାଗତ ଘଟି ଚାଲିଥିବା ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଉଦ୍‌ବେଗ ପ୍ରକାଶ ପାଇଛି । ଭାରତୀୟ ରେଳବାଇ ନେଟୱାର୍କରେ ରେକର୍ଡ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରୁଥିଲା ବେଳେ ରାଜସ୍ୱ ଆଦାୟରେ ମଧ୍ୟ ଆଗୁଆ । ଆମ ଦେଶର ରେଳବାଇ ନେଟ୍‌ୱାର୍କ ବହୁତ ପୁରୁଣା ଏବଂ ସୁନାମର ହକଦାର ଥିଲା । ବିଗତ ୨ବର୍ଷ ଭିତରେ ଘଟିଥିବା ସାଙ୍ଘାତିକ ଓ ମର୍ମନ୍ତୁଦ ରେଳବାଇ ଦୁର୍ଘଟଣାରେ ରହିଥିବା ସୁନାମକୁ ଧୂଳିସାତ କରି ଅସଂଖ୍ୟ ଜୀବନହାନି ସହ ପ୍ରଭୂତ କ୍ଷତି ଘଟିଛି । ବାହାନଗା ଦୁର୍ଘଟଣା ଠାରୁ ବର୍ତମାନର ମୁମ୍ବାଇ ହାୱାଡା ଏକ୍ସପ୍ରେସର ଦୁର୍ଘଟଣା ପର୍ଯ୍ୟନ୍ତ ପର୍ୟାଲୋଚନା କଲେ ଶତପ୍ରତିଶତ ରେଳବାଇ କର୍ମଚାରୀଙ୍କର ବେପରୁଆ ମନୋଭାବ, ଅସାବଧାନତା, ବିଭାଗୀୟ ରାକ୍ଷଣବେକ୍ଷଣର ଅଭାବ, ବିଭାଗୀୟ ସୁପରଭିଜନର ଅଭାବ ପରିଲକ୍ଷିତ ହୁଏ । ସେଥିପାଇଁ ବର୍ତ୍ତମାନର ରେଳବାଇ ନେଟ୍‌ୱାର୍କକୁ ଭାଙ୍ଗି ଅଧିକ ଡିଭିଜନ କରିବା ଦରକାର, ତାହେଲେ ସଠିକ ସୁପରଭିଜନ ହେବା ସହ ରେଳ ଚଳାଚଳକୁ ସୁନିୟନ୍ତ୍ରିତ କରିବା ସହ ଦୁର୍ଘଟଣା ମଧ୍ୟ କମାଇ ହୁଅନ୍ତା । ଏହି କ୍ରମରେ ଭୁବନେଶ୍ୱର ଠାରେ ୨୦୦୩ ମସିହାରେ ଇଷ୍ଟକୋଷ୍ଟ ରେଳ ଡିଭିଜନ ଆରମ୍ଭ ବେଳେ ଯାଜପୁର ଓ ରାଉରକେଲା ଠାରେ ନୂଆ ଡିଭିଜନ ଖୋଲିବା ପାଇଁ ତତ୍କାଳୀନ ରେଳମନ୍ତ୍ରୀ ଜୋର୍‌ ଦେଇଥିଲେ । ରାଉରକେଲା ବିକାଶ ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏ ବିଷୟରେ ପ୍ରଧାନମନ୍ତ୍ରୀ, ରେଳବାଇ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗକୁ ଏ ବିଷୟରେ ଅନୁରୋଧ ଓ ଦାବୀ କରିଥିଲେ ମଧ୍ୟ୍ୟ ରେଳବିଭାଗ ନିଦାବିଷ୍ଣୁ ପାଲଟି ଯାଇଛି ଯାହାଫଳରେ ଅସଂଖ୍ୟ ଜୀବନହାନି ସହ ବିପୁଳ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡୁଛି । ରେଳବାଇ ତରଫରୁ ଏ ଦିଗରେ ଚିନ୍ତା କରି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଦରକାର । ରାଉରକେଲା ଓ ଆଖପାଖ ଅଂଚଳରେ ବିଭିନ୍ନ କଳକାରଖାନା, ଖଣି, ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ଥିବାରୁ ଦକ୍ଷିଣପୂର୍ବ ରେଳବାଇର ସିଂହଭାଗ ରାଜସ୍ୱ ଆଦାୟ କରୁଥିବାରୁ ରାଉରକେଲା ଠାରେ ଏକ ନୂତନ ରେଳବାଇ ଡିଭିଜନ ଖୋଳାଯାଇ ଇଷ୍ଟକୋଷ୍ଟ ରେଳ ଅଧୀନରେ ରଖିବାକୁ ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ସହ ବରିଷ୍ଠ ଉପଦେଷ୍ଟା ଅଭୟ ଦାଶ, ମନୋରଞ୍ଜନ ଦାଶ, ଆର୍ତ୍ତ ମହାରଣା, ଅମୂଲ୍ୟ ବରାଳ, ଆନନ୍ଦ ମହାନ୍ତି, ସଂଜୀବ ମହାନ୍ତି, ଉତ୍ତମ ସାମଲ, ସୁପ୍ରତିକ ମିଶ୍ର, କୁଞ୍ଜବିହାରି ରାଉତ ଆଦି ଦାବୀ କରିଛନ୍ତି ।

Leave A Reply

Your email address will not be published.