
- ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ, ଶନିବାର ହେବାକୁ ଥିବା ଯାତ୍ରା ଶୁକ୍ରବାର ରାତିରେ ସମ୍ପୂର୍ଣ ହେଲା
ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ିଆଈ ଯାତ୍ରା କରୋନା କଟକଣା ଯୋଗୁଁ ସମ୍ପୂର୍ଣ୍ଣ ରୀତିନୀତିରେ ହୋଇଥିଲେ ମଧ୍ୟ ଶନିବାର ଦିନ ସମୟରେ ହେବାକୁ ଥିବା ଯାତ୍ରା ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହାସିକ ଯାତ୍ରା ଗତ ଗୁରୁବାର ଦିନ ଗୁରସ ରୁକା ଅର୍ଥାତ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶୁକ୍ରବାର ଦିନ ସନ୍ଧ୍ୟାରେ ସେରନିବଟା ଓ ଲାଖ ବଣ୍ଟନ ହୋଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି କାଳେ ଯାତ୍ରାରେ ପ୍ରଚୁର ଭିଡ଼ ହେବେ ଭାବି ପରିଚାଳନା କମିଟି ପକ୍ଷରୁ ଶନିବାର ଦିନ ସମୟରେ ହେବାକୁ ଥିବା ଯାତ୍ରାକୁ ଶୁକ୍ରବାର ରାତିରେ ପୂଜା କରିଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ବରଗଛ ତଳେ ଥିବା ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ପାରମ୍ପାରିକ ରୀତିନୀତି ଅନୁସାରେ ନଟୁ ଖେଳ, ବାଟିଖେଳ ଓ ମାଛ ଧରିବା, ବୁଢ଼ୀଆଈ ଦେବୀ ଘୋଡା ଚଢ଼ିଥିଲେ । ଏହି ପରମ୍ପାରିକ ଯାତ୍ରାରେ ବୁଢ଼ୀଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥନାପତି ଦାୟିତ୍ୱ ନେଇଥିବା ବେଳେ ଜମୀଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ୱଳ ଝାଙ୍କର, ବିରପାଏନ ପୂଜକ ବୁଡୁ ପ୍ରତିମାଲି, ସାହାଣି-ନାରାୟଣ ସିଂ ସାହାଣି, ପେଠା ବାବୁ ଶଙ୍କର ସିଂ ବାବୁ, ମଶାଲିଆ ଶ୍ରୀବତ୍ସ ସାହୁ, ଡ.ସରୋଜ ସାହୁ, ଛତ୍ରିଆ-କିଶନ ଛତ୍ରିଆ ଭୂମିକା ନେଇଥିଲେ ।