
ଭୁବନେଶ୍ୱର : ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ୟ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ଚାଲିବ । ଫେବୃଆରୀ ୨୪ ତାରିଖରେ ବିଧାନସଭାରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ । ଏହା ହେବ ନବୀନ ସରକାରଙ୍କ ଏହି ବାରିର ଶେଷ ବଜେଟ । ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଜେଟ ଅଧିବେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ । ଅଧିବେଶ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଗଣେଶୀ ଲାଲ ଗୃହକୁ ସମ୍ବୋଧନ କରିବେ ।