ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକର ବଡ଼ ଗ୍ରାମ ତଥା ଲୋକସଂଖ୍ୟା ଅଧିକ ଥିବା ଗ୍ରାମ କୁଟାସିଂହ। ଗ୍ରାମ ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ବଲାଙ୍ଗିର ଜିଲ୍ଲାର ସୀମାନ୍ତବର୍ତୀ ଅଞ୍ଚଳ ଭାବେ ପରିଚିତ । ଭାରତ ସଂଚାର ନିଗମ ଲିମିଟେଡ୍ ତରଫରୁ ବିଏସ୍ଏନ୍ଏଲ୍ ସେବା ଦିଆଯାଉଛି । କିନ୍ତୁ ପରିତାପର ବିଷୟ ଯେ, ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ନେଟୱର୍କ ଆସୁନାହିଁ । ବିଏସ୍ଏନ୍ଏଲ୍ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତା ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଉପଭୋକ୍ତା ମାନେ ଦାବି କରୁଛନ୍ତି ।