ସୁବଳ ମହାକୁର ପାଇଲେ କନିଷ୍ଠ ଗବେଷଣା ବୃତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷର କନିଷ୍ଠ ଗବେଷଣା ବୃତ୍ତି ଓ ବରିଷ୍ଠ ଗବେଷଣା ବୃତ୍ତି ପାଇଁ ନିର୍ବାଚିତ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ଯୁବ ନୃତ୍ୟ ଶିଳ୍ପୀ ତଥା ସଂଗଠକ ସୁବଳ ମହାକୁରଙ୍କୁ କନିଷ୍ଠ ଗବେଷଣା ବୃତ୍ତି ମିଳିଥିବା ଘୋଷଣା କରାଯାଇଛି । ବଲାଙ୍ଗିର ଜିଲ୍ଲାର ଜଣେ ଯୁବ ପ୍ରତିଭାବାନ ନୃତ୍ୟ ଶିଳ୍ପୀ ଭାବରେ ସୁବଳ ବେଶ ଜଣାଶୁଣା । ସେ ବଲାଙ୍ଗିର ଲୋକଉତ୍ସବ, ଚନ୍ଦ୍ରାସେନୀ ମହୋତ୍ସବ ସହ ଜଡିତ । ଏହା ସହ ବିଭିନ୍ନ ନୃତ୍ୟ ଶିକ୍ଷାଦାନ କେନ୍ଦ୍ର ସହ ସେ ଜଡିତ । ଆହୁରି ମଧ୍ୟ ସେ ବିଭନ୍ନ ସମୟରେ ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବରେ ଜନମାନସରେ ଏକଛାପ ଛାଡିଛନ୍ତି । ତାଙ୍କର ଏହି ଉପଲବ୍ଧି ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.