ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ଗ୍ରାମର ଶ୍ରୀ ଶ୍ରୀ ରଘୁନାଥ ଦେବ ବୁଣାକାର ସଙ୍ଘ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ଶୁକ୍ରବାର ଦିନ ବୃକ୍ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ପରିବେଶ, ସୁସ୍ଥ ଜୀବନ ପାଇଁ ଗଛ ଲଗାନ୍ତୁ ଭବିଷ୍ୟତ ବଞ୍ଚାନ୍ତୁ ଆହ୍ୱାନ ଦେବା ସହ ପରିବେଶ ସୁରକ୍ଷା ନେଇ ଜନସଚେତନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଭାପତି ଅର୍ଜ୍ଜୁନ ପାଳ ଓ ସମ୍ପାଦକ ପ୍ରସନ୍ନ କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାମ ଶ୍ମଶାନ ଏବଂ ରଘୁନାଥ ଦେବ ମନ୍ଦିର ପରିସରରେ ଆମ୍ବ, ନଡ଼ିଆ, ଲେମ୍ବୁ, ଗୁଆ ଆଦି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାଜକିଶୋର ବେହେରାଙ୍କ ସହ ସଙ୍ଘର ମଙ୍ଗୁଳି ଚରଣ ଗିଲ, ସନ୍ତୋଷ କୁମାର କୁଣ୍ଡ, ଅନନ୍ତ ଚରଣ ଗିଲ, ସୁବାଷ କୁମାର ନାୟକ, ହାଡୁବନ୍ଧୁ ନାୟକ, ସୁରେଶ କୁମାର ମହାପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।