କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍‌ର କିଛି ପ୍ରକୃତି ପ୍ରେମୀ ସଦସ୍ୟମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ, ସେକ୍ଟର-୮ରେ ଅବସ୍ଥିତ ରାଉରକେଲା ମହାନଗର ନିଗମ ଦ୍ଵାରା ପରିଚାଳିତ ଆଶାର ଆଲୋକ ପରିସରରେ ପ୍ରାୟ ପଚିଶରୁ ଅଧିକ ଫଳଗଛ ସହିତ ଅନ୍ୟ କିଛି ଦରକାରୀ ଗଛ ସଦସ୍ୟ ମାନଙ୍କ ଦ୍ୱାରା ଲଗାଯାଇଥିଲା । ପ୍ରତ୍ୟେକ ସଦସ୍ୟ ମାନଙ୍କର ଏଥିପ୍ରତି ଗଭୀର ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା । ଦିନକୁ ଦିନ ବଢୁଥିବା ତାପମାତ୍ରା ସମସ୍ତଙ୍କ ମନରେ ସେହି ଗୋଟିଏ କଥା ଉଦ୍ରେକ କରୁଛି, ଆଗକୁ ତିଷ୍ଠି ରହିବାକୁ ହେଲେ ବ୍ୟାପକ ବନୀକରଣ ଆବଶ୍ୟକ ରହିଛି । ସେଥିପାଇଁ ଚଳିତ ବର୍ଷ ‘ବୃକ୍ଷରୋପଣ’ ଉପରେ ସମସ୍ତ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ଉତ୍ସାହ ଅନୁଷ୍ଠାନର ପରିବେଶ ସୁରକ୍ଷା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ବୋଲି ସୂଚାଉଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ସେକ୍ଟର ୧୪ ଠାରେ ପ୍ରାୟ ୯୦ଟି ଆତ ଗଛ ଲଗାଯାଇ ତା’ର ରକ୍ଷଣାବେକ୍ଷଣ ଅନୁଷ୍ଠାନ ଦ୍ୱାରା କରାଯାଉଛି । ଚଳିତ ଥର ମଧ୍ୟ ୧୮ଟି ଆତ ଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାୟ ୩୦ଜଣ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.